ଉତ୍ତରପ୍ରଦେଶରେ ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ୍ ! ୫୩ ଟି ଆସନରେ ୬୮୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧କୋଟି ୮୪ ଲକ୍ଷ ଭୋଟର

19

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ୍ । ବିଧାନସଭା ନିର୍ବାଚନର ୫୩ ଟି ସିଟ୍ ପାଇଁ ଆଜି ମତଦାନ ହେବ । ଏଥର ମଇଦାନରେ ଅଛନ୍ତି ୬୮୦ ଜଣ ପ୍ରାର୍ଥୀ । ୮୪ ଲକ୍ଷ ମହିଳା ଏବଂ ୧୦୩୨ କିନ୍ନରଙ୍କ ସମେତ ୧ ଲକ୍ଷ ୮୪ ହଜାର ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ଆହ୍ଲାବାଦରେ ସର୍ବାଧିକ ୨୬ ଏବଂ ଖଗା ଆସନରେ ସର୍ବନିମ୍ନ ୬ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀତା କରୁଛନ୍ତି । ନିରପେକ୍ଷ ଏବଂ ଶାନ୍ତିପୂଣ୍ଣ ମତଦାନ ପାଇଁ ପୋଲିସ ପ୍ରଶାସନ ଓ ନିର୍ବାଚନ କମିଶନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ସମ୍ବେଦନଶୀଳ ବୁଥରେ ଅର୍ଦ୍ଧସାମରିକ ବାହୀନି ମୁତୟନ ହୋଇଛନ୍ତି ।