ଦୁନିଆର ଏଭଳି ଏକ ହୋଟେଲ୍ ଯେଉଁଠି ନାଁ ଅଛି ଛାତ ନାଁ ଅଛି କବାଟ ! ଗୋଟିଏ ରାତି ରହିବା ପାଇଁ ଦେବାକୁ ପଡେ ଏତିକି ଟଙ୍କା ।

47

ଆଜି ପର୍ଯ୍ୟନ୍ତ ଆପଣ ମହଙ୍ଗାରୁ ମହଙ୍ଗା ଏବଂ ବୈଭବଶାଳୀ ହୋଟେଲରେ ରହିଥିବେ । କିନ୍ତୁ କେବେ ଛାତ ଏବଂ କବାଟ ନଥିବା ଖୋଲା ହୋଟେଲରେ ରହିଛନ୍ତି କି ? ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କି ! ହଁ ଆଜ୍ଞା ଥଟ୍ଟା ଭଳି ଲାଗୁଥିଲେ ହେଁ ଖବରଟି ସମ୍ପୁର୍ଣ୍ଣ ସତ ।

ଏହି ଅଜବ ଧରଣର ହୋଟେଲଟି ରହିଛି ସୁଇଜରଲ୍ୟାଣ୍ଡରେ ଏବଂ ଏହି ହୋଟେଲର ଖାସ୍ କଥା ହେଉଛି ନାଁ ଏଠି ରହିଛି ଛାତ ନାଁ ରହିଛି କବାଟ ଏବଂ ବାଥରୁମ୍,ଆସବାବପତ୍ର ମଧ୍ୟ କିଛି ରହିନାହିଁ । କେବଳ ଗୋଟିଏ ଖଟ,ବ୍ୟକ୍ତିଗତ ସାମଗ୍ରୀ ରଖିବା ପାଇଁ ଗୋଟିଏ ଛୋଟିଆ ଟେବୁଲ୍ ଏବଂ ଲାଇଟ୍ ବ୍ୟତୀତ ଏହି ସ୍ଥାନରେ ଆପଣ ଆଉ କିଛି ଦେଖିବାକୁ ପାଇବେ ନାହିଁ । ଏହି ଅଜବ ଧରଣର ହୋଟେଲର ନାଁ ହେଉଛି “ନୁଲ୍ ଷ୍ଟର୍ଣ୍ଣ” । ଏହି ହୋଟେଲଟି ଏଭଳି ଏକ ସ୍ଥାନରେ ରହିଛି ଯାହାକୁ ଦେଖିଲେ ଆପଣଙ୍କୁ ଏଠାରେ ରହିବାକୁ ଇଚ୍ଛା ହେବ । ଚାରିଆଡେ ପାହାଡ,ସବୁଜିମାଭରା ବୃକ୍ଷଲତା, ଏବଂ ମୁଣ୍ଡ ଉପରେ ଆକାଶ କିଏ ଅବା ଏଭଳି ସ୍ଥାନରେ ରହିବାକୁ ଚାହିଁବନି ! ତେବେ ସୁଇଜରଲ୍ୟାଣ୍ଡର ଫ୍ରେକ୍ ଏବଂ ନ୍ୟୁକିଲିସ୍ ନାମକ ଦମ୍ପତି ଏହି ହୋଟେଲକୁ ତିଆରି କରିଛନ୍ତି । ଏହି ହୋଟେଲରେ ଗୋଟିଏ ରାତି ରହିବା ପାଇଁ ଆପଣଭ୍କୁ ୧୭,୦୦୦ ଟଙ୍କା ଦେବାକୁ ହେବ ।