ଆତଙ୍କବାଦ ସହ ଲଢ଼େଇ ପାଇଁ ମୋଦି ସବୁଠାରୁ ଉପଯୁକ୍ତ ନେତା ! ପୁଲୱାମା ଆକ୍ରମଣ ପରେ ମତ ଦେଲେ ୪୯ ପ୍ରତିଶତ ଲୋକ

289

କନକ ବ୍ୟୁରୋ : ଆତଙ୍କବାଦ ସହ ଲଢ଼େଇ କରିବା ପାଇଁ ପ୍ରଧାନମନ୍ତ୍ରୀ ସବୁଠାରୁ ଉପଯୁକ୍ତ ନେତା । ଏକଥା ମତ ଦେଇଛନ୍ତି ସମସ୍ତ ଦେଶବାସୀ । ପାକିସ୍ତାନ ଠାରୁ ଆରମ୍ଭ କରି କାଶ୍ମୀର ପ୍ରତି ମୋଦି ସରକାରଙ୍କ ନୀତି, ମନମୋହନ ସରକାର ଓ ଅଟଳ ବିହାରୀ ବାଜପେୟୀ ସରକାଙ୍କ ଠାରୁ ଉତ୍କୃଷ୍ଟ । ଏହି ତଥ୍ୟ ପ୍ରଦାନ କରିଛି ଇଣ୍ଡିଆ ଟୁଡ଼େ ପାଇଁ କରାଯାଇଥିବା ପଲଟିକାଲ ଷ୍ଟକ୍ ଏକ୍ସଚେଞ୍ଜର ସର୍ଭେ । ପୁଲୱାମା ଆକ୍ରମଣ ପରେ ସାରା ଦେଶଷର ଲୋକେ ଆତଙ୍କୀ ସଂଗଠନ ସର୍ଭେ ସମୟରେ ଜୈସ୍-ଇ –ମୋହମ୍ମଦ ଓ ପାକିସ୍ତାନ ବିରୋଧରେ ଆକ୍ରୋଶ ବ୍ୟକ୍ତ କରିଥିଲେ ।

ପଲିଟିକାଲ ଷ୍ଟକ ଏକ୍ସଚେଞ୍ଜର ସର୍ଭେ ଅନୁସାରେ ପ୍ରଶ୍ନ କରାଯାଇଥିଲା, ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ପାଇଁ ସବୁଠାରୁ ଉପଯୁକ୍ତ ତଥା ଯୋଗ୍ୟ ନେତା କିଏ ? ୪୯ ପ୍ରତଶତ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ନେଇଛନ୍ତି । ରାହୁଲ ଗାନ୍ଧୀଙ୍କ ନାମ ନେଇଛନ୍ତି ମାତ୍ର ୧୫ ପ୍ରତିଶତ ଲୋକ । ଏହି ପ୍ରଶ୍ନରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ୩ ପ୍ରତଶିତ ଲୋକ ପସନ୍ଦ କରିଛି । ସେହିପରି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ , ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିଏସପି ସୁପ୍ରିମୋ ମାୟାବତୀ ଓ ସମାଜବାଦୀ ମୁଖ୍ୟ ଅଖିଲେଶ ଯାଦବଙ୍କୁ ୧-୧ ପ୍ରତିଶତ ଭୋଟ୍ ମିଳିଛି ।

ପିଏସଇର ସର୍ଭେରେ ଦେଶର ଦକ୍ଷିଣକୁ ଛାଡ଼ି ଦେଶର ବାକି ସମସ୍ତ ଅଂଚଳରେ ମୋଦିଙ୍କୁ ଆତଙ୍କବାଦ ସହ ଲଢ଼େଇ କରିବା ପାଇଁ ଉପଯୁକ୍ତ ନେତା ବୋଲି ଭାବୁଛନ୍ତି । ଦେଶର ଉତ୍ତର, ପୂର୍ବ ଓ ପଶ୍ଚିମରେ ମୋଦି, ରାହୁଲ ଗାନ୍ଦୀଙ୍କ ଠାରୁ ବହୁତ ଆଗରେ ଅଛନ୍ତି । ଉତ୍ତରରେ ୫୯ ପ୍ରତିଶତ, ପୂର୍ବରେ ୫୨ ପ୍ରତିଶତ, ପଶ୍ଚିମରେ ୫୯ ପ୍ରତିଶତ ଲୋକ ମୋଦିଙ୍କୁ ଉପଯୁକ୍ତ ନତା ମାନୁଛନ୍ତି । ସେହିପରି ଦକ୍ଷିଣରେ ୩୬ ପ୍ରତିଶତ ରାହୁଲଙ୍କ ଆତଙ୍କବାଦ ସହ ଲଢ଼େଇ କରିବାର ଉପଯୁକ୍ତ ନେତା ଭାବୁଛନ୍ତି । ଦକ୍ଷିଣରେ ମୋଦିଙ୍କୁ ସପକ୍ଷରେ ୨୯ ପ୍ରତିଶତ ଲୋକ ଭୋଟ୍ ଦେଇଛନ୍ତି ।

ସୂଚନାଯୋଗ୍ୟ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ୯ ଦିନ ପୁରିଛି । ଏବେ ବି ଦେଶବାସୀଙ୍କ ମନରେ ଆକ୍ରମଣ ଅଲିଭା ଦାଗ ହୋଇ ରହିଯାଇଛି । ଏହି ଦାଗ କେବେ ଲିଭିବ ନାହିଁ । ବୀର ପୁତ୍ରଙ୍କ ହରାଇ ଦେଶବାସୀ ପ୍ରତିଶୋଧ ନିଆଁରେ ଜଳୁଛନ୍ତି ।