ମୁଣ୍ଡ ବିନ୍ଧୁଛି କହି ଡାକ୍ତରଙ୍କ ପାଖକୁ ଗଲେ,କିନ୍ତୁ ରିପୋର୍ଟ ଦେଖି ଡାକ୍ତର ମଧ୍ୟ ଚମକି ପଡିଲେ ।

85

ଆପଣ ମାନନ୍ତୁ ଅବା ନମାନ୍ତୁ କିନ୍ତୁ ପୃଥିବୀରେ ଯେତେ ଲୋକ ଅଛନ୍ତି ସେମାନଙ୍କ ଠାରୁ ଅଧିକ ରୋଗ ସଂଖ୍ୟାରେ ରୋଗ ଏଠାରେ ମହଜୁତ ଅଛି । ବୈଜ୍ଞାନିକ ଏବଂ ଟେକନିକ୍ ଯେତେ ଚେଷ୍ଟା କରି ଏହି ଭୟଙ୍କର ରୋଗରୁ ପୃଥିବୀକୁ ରକ୍ଷା କରିବାକୁ ଚାହୁଁଛନ୍ତି । କିଛି ନା କିଛି ନୂଆ ରୋଗ ତା ପରିବର୍ତ୍ତେ ଆସି ବାଟ ଓଢି ଠିଆ ହୋଇଯାଏ । ଯାହା ଏବେ ସମସ୍ତଙ୍କର ପ୍ରମୁଖ ଚିନ୍ତାର କାରଣ ପାଲଟିଛି । ଚୀନ୍ ରେ ଏଭଳି ଏକ ରୋଗର ଖବର ସାମ୍ନାକୁ ଆସିଛି । ଯାହାକୁ ଦେଖିବା ପରେ ଲୋକଙ୍କ ଚିନ୍ତା ଆହୁରି ବଢିବାକୁ ଲାଗିଛି । ତେବେ ଏହି ରୋଗର ମାମଲା ଯେତେବେଳେ ଚିକିତ୍ସା ବୈଜ୍ଞାନିକଙ୍କ ପାଖରେ ପହଞ୍ଚିଲା ସେତେବେଳେ ସେ ବି ଏହି ରୋଗର କାରଣ ଖୋଜିବାରେ ଅସଫଳ ହେଲେ ।

ଘଟଣା ଥିଲା କିଛି ଏପରି ଜଣେ ଚୀନ୍ ନାଗରିକଙ୍କ ମୁଣ୍ଡରେ କିଛି ଦିନ ଧରି ଖୁବ୍ ଜୋରରେ ଯନ୍ତ୍ରଣା ହେଉଥିଲା । ମୁଣ୍ଡ ଯନ୍ତ୍ରଣା ପାଇଁ ସେ ଡାକ୍ତରଙ୍କ ପାଖରେ ଯେତେବେଳେ ପହଞ୍ଚିଲେ ଡାକ୍ତର ତାଙ୍କୁ ମସ୍ତିଷ୍କ ଏକ୍ସ-ରେ କାଢିବା ପାଇଁ କହିଥିଲେ । ଏକ୍ସ-ରେ କାଢିବା ପରେ ଯେଉଁ ରିପୋର୍ଟ ସାମ୍ନାକୁ ଆସିଲା ସେଥିରେ ସମସ୍ତେ ଚକିତ ଥିଲେ । ଏକ୍ସ-ରେ ମୁତାବିକ ମସ୍ତିଷ୍କ ଭିତରେ ଏକ 48 mm ର ନଖ ନଜର ଆସିଥିଲା । ପୁନର୍ବାର ଏହାକୁ ଭ୍ରମ ମାନି ଏକ୍ସ-ରେ ବାହାର କରାଗଲା । କିନ୍ତୁ ଏହାପରେ ମଧ୍ୟ ସମାନ ରିପୋର୍ଟ ଆସିବା ପରେ ପ୍ରଶ୍ନ ଉଠିଲା ଯେ ମୁଣ୍ଡ ଭିତରକୁ କିଭଳି ଭାବେ ଏହି ନଖ ଗଲା? ତେବେ ଉକ୍ତ ବ୍ୟକ୍ତିଜଣକ ମଧ୍ୟ ଏ ବାବଦକୁ ନେଇ ଆଶ୍ଚର୍ଯ୍ୟ ଥିଲେ ।