ରାତି ୮ଟା ପରେ ଘରୁ ଗୋଡ କାଢିବା ମନା । ଭୁବନେଶ୍ୱର, କଟକ ଓ ଭଦ୍ରକରେ ୪୮ ଘଣ୍ଟା ଯାଏଁ ସମ୍ପୂର୍ଣ୍ଣ ସଟଡାଉନ୍ କଲେ ସରକାର । ଜାଣନ୍ତୁ ସଟଡାଉନ ସମୟରେ କଣ ରହିବ ଖୋଲା ?

1,125

କନକ ବ୍ୟୁରୋ: ଆଜି ରାତି ୮ଟାରୁ କଟକ, ଭୁବନେଶ୍ୱର, ଭଦ୍ରକ ସଟଡାଉନ । ଆଜି ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ସଟଡାଉନ ଘୋଷଣା । ତେବେ ସଟଡାଉନ ବେଳେ କଣ କଣ ଖୋଲା ରହିବ ? ସେନେଇ ସବିଶେଷ ସୂଚନା ଦେଇଛନ୍ତି ସୁବ୍ରତ ବାଗଚୀ । ତେବେ ଚିକିତ୍ସାଳୟ, ପୋଲିସ ସେବା, ଅଗ୍ନିଶମ ସେବା, ଆମ୍ବୁଲାନ୍ସ ଖୋଲା ରହିବ ।

ସେହିପରି ଟେଲିକମ ସେବା, ଜଳ ଯୋଗାଣ, ପରିମଳ ସେବା, ବିଦ୍ୟୁତ ସେବା, ଗଣମାଧ୍ୟମ, ଔଷଧ ଦୋକାନ ଖୋଲା ରହିବ ମାତ୍ର ସବୁ ଔଷଧ ଦୋକାନ ନୁହେଁ । ପୌର କର୍ତ୍ତୃପକ୍ଷଙ୍କ ଚିହ୍ନଟ ଅନୁଯାୟୀ ନିର୍ଦ୍ଦିଷ୍ଟ କେତୋଟି ଦୋକାନ ଖୋଲା ରହିବ । ଜାତୀୟ ରାଜପଥ, ରେଳ ଓ ବିମାନ ବନ୍ଦର କେବଳ ମାଲ ପରିବହନ ପାଇଁ ଖୋଲା ରହିବ । ସେମିତି ପୌର କର୍ତ୍ତୃପକ୍ଷଙ୍କ ଚିହ୍ନଟ ଅନୁସାରେ ପେଟ୍ରୋଲ ପମ୍ପ ଖୋଲା ରହିବ ।

୧- ହସ୍ପିଟାଲ
୨- ପୋଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ
୩- ଆଇଟି ସଚିବଙ୍କ ଦ୍ୱାରା ଚିହ୍ନିତ ଟେଲିକମ୍ ସେବା
୪- ପୌର ପରିଷଦ ଦ୍ୱାରା ଚିହ୍ନିତ ପେଟ୍ରୋଲ ପମ୍ପ
୫- ରେଳବାଇ, ବିମାନ ବନ୍ଦର ଓ କାର୍ଗୋ ସେବା
୬- କମିଶନରେଟ ଓ ଜିଲ୍ଲା ପୋଲିସ ଦ୍ୱାରା ଚିହ୍ନିତ ବୈଦ୍ୟୁତିକ ଗଣମାଧ୍ୟମ
୭- କୋଭିଡ-୧୯ ପରିଚାଳନାରେ ସଂପୃକ୍ତ ଆଇଟି, ଆଇଆଇଟି ଓ କଲ ସେଂଟର
୮- ପିଇବା ପାଣି ଓ ପରିମଳ କର୍ମଚାରୀ
୯- ବିଦ୍ୟୁତ ଯୋଗାଣ
୧୦- ପୌର ପରିଷଦ ଅଧିକାରୀଙ୍କ ଦ୍ୱାରା ଚିହ୍ନିତ ଔଷଧ ଦୋକାନ
୧୧- ମାଲ ପରିବହନ କରୁଥିବା ଯାନବାହାନ