୪୬ତମ ‘ମନ କି ବାତ’ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରକୃତିର ସନ୍ତୁଳନ ରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କହିଲେ ପ୍ରଧାନମନ୍ତ୍ରୀ ମୋଦି !

3

ବ୍ୟୁୁରୋ : ପ୍ରଧାନମନ୍ତ୍ରୀଙ୍କର ‘ମନ କି ବାତ’ କାର୍ଯ୍ୟକ୍ରମରେ ପକୃତିର କିପରି ଭାବରେ ଆମେମାନେ ସୁରକ୍ଷା କରିପାରିବା ସେନେଇ ଦେଶବାସାଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଛନ୍ତି ମୋଦି । ସେ କହିଛନ୍ତି ଯେ, ଆମେମାନେ ଯେଉଁ ସ୍ଥାନରେ ବା ଜାଗାରେ ଜନ୍ମ ନେଇଛନ୍ତି ସେଠାକାର ସୁରକ୍ଷା ଆମର ଦାୟିତ୍ୱ । କାରଣ ଆମେ ମାନେ ଯଦି ତାହାର ସୁରକ୍ଷା କରିବାନାହିଁ ତେବେ ଆମେ ନିଜେ କ୍ଷତିରେ ପଡିବା ବୋଲି ମୋଦି କହିଛନ୍ତି । ଏହାସହ ଆମେ ମାନେ ପ୍ରକୃତିର ତତ୍ତ୍ୱ ନେବା, ପରିବେଶକୁ ରକ୍ଷା କରିବା ଏବଂ ପ୍ରାକୃତିକ ସମ୍ବଳର ସନ୍ତୁଳନ ବଜାୟ ରଖିବା ଆମର କର୍ତ୍ତବ୍ୟ ହେବା ଉଚିତ ବୋଲି ୪୬ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ପ୍ରକୃତି ପ୍ରତି ଦାୟିତ୍ୱବାନ୍ ହେବା ପାଇଁ ଆହ୍ଵାନ ଦେଇଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନିଜର ମନ କି ବାତ କାର୍ଯ୍ୟକ୍ରମରେ ହଠାତ୍ ବର୍ଷା ଯୋଗୁଁ ଥାଇଲ୍ୟାଣ୍ଡ ଗୁମ୍ଫା ଦ୍ୱାର ବନ୍ଦ ହୋଇ ଯିବାରୁ ଭିତରେ ଅଟକି ଯାଇଥିବା ୧୨ ଜଣ ବାଳକ ଏବଂ ସେମାନଙ୍କ କଥା ମଧ୍ୟ କହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସବୁମତେ ଉଦ୍ୟମ କରାଯାଇଥିଲା । ତେବେ ସେମାନଙ୍କ ଉଦ୍ଧାର ପାଇଁ ପ୍ରଦର୍ଶୀତ ଦାୟିତ୍ୱବୋଧ ଥିଲା ଆଶ୍ଚର୍ଯ୍ୟଜନକ। ଏହି ଅଭିଯାନର ଧୈର୍ଯ୍ୟ ସାହସିକତା ଓ ସଙ୍ଗଠନରୁ ଅନେକ କଥା ଶିଖିବାକୁ ଅଛି।

 

ଏହାସହ ଉତ୍ତରପ୍ରଦେଶର ଅତି ପରଚିତ କବି ଗୋପାଳଦାସ ନୀରଜଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୋଦି। କୃଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇ ମାସ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ସେ କହିଛନ୍ତି। ଜୁଲାଇ ଆଡମିଶନ ମାସ ହୋଇଥିବାରୁ ଛାତ୍ରଛାତ୍ରୀମାନେ ଘର ଛାଡ଼ି ନୂଆ ବସା ଖୋଜନ୍ତି। ଛାତ୍ରଛାତ୍ରୀମାନେ ଶାନ୍ତ ରହିବା, ଜୀବନକୁ ଉପଭୋଗ କରିବା ଏବଂ ସ୍ୱଳ୍ପରେ ଚଳିବା ଇଚ୍ଛାକୁ ଉଜ୍ଜୀବିତ ରଖନ୍ତୁ। ଜୀବନ ପରିବର୍ତ୍ତନ ପାଇଁ ଯୁବସମାଜ ସ୍ମାର୍ଟ ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି। ତେବେ ଆମେରିକାରେ ବ୍ରେନ୍ ଡ୍ରେନ୍କୁ ବ୍ରେନ୍ ଗେନ୍ ଭାବେ ବ୍ୟବହାର କରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଲେ ରାୟବରେଲିରୁ ଯାଇଥିବା ଦୁଇ ଯୁବକ ଆମେରିକାରେ ସ୍ମାର୍ଟ ଗାଁ ଆପ୍ ପ୍ରସ୍ତୁତ କରିଛନ୍ତି। ସ୍ଥାନୀୟ ଅଞ୍ଚଳ ସମ୍ବନ୍ଧରେ ଏହା ବହୁ ସୂଚନା ଦେଉଥିବାରୁ ଗାଁରେ ଡିଜିଟାଲ୍ ବିପ୍ଳବ ଆଣିଛି। ଏହା କୃଷକଙ୍କ ପାଇଁ ମଧ୍ୟ ଉପକାରୀ। ଯୁବକମାନେ ନବଭାରତ ନିର୍ମାଣ ପାଇଁ ଅବଦାନ ଦେଉଛନ୍ତି।

 

ଅଗଷ୍ଟ ପହିଲାରେ ଲୋକମାନ୍ୟ ତିଳକଙ୍କ ମୃତ୍ୟୁ ବାର୍ଷିକୀ ଉପଲକ୍ଷେ ତାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ। ମୋଦି କହିଛନ୍ତି ଯେ ଭାରତ ଏଭଳି ମହାନ ସନ୍ଥମାନଙ୍କର ମୋତି, ଧନରତ୍ନ ଓ ପରମ୍ପରାର ଦେଶ। ସେମାନଙ୍କ ମଧ୍ୟରେ ଅନ୍ୟତମ ଲୋକମାନ୍ୟ, ‘ସ୍ୱରାଜ ମୋର ଜନ୍ମଗତ ଅଧିକାର ସ୍ଲୋଗାନ୍ ଦେଇ ଜନସାଧାରଣଙ୍କ ମଧ୍ୟରେ ଭରସା ପ୍ରଜ୍ଜ୍ୱଳନ କରିଥିଲେ। ‘ସ୍ୱରାଜ ଆମର ଜନ୍ମଗତ ଅଧିକାର’ ବୋଲି ପୁନଃଗୁରୁତ୍ୱ ଦେବାକୁ ଆଜି ସମୟ ଆସିଛି ବୋଲି ସେ କହିଛନ୍ତି ।

 

ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅଳ୍ପ ଦିନ ତଳେ, କନିଷ୍ଠ ୟୁ-୨୦ ଓ୍ଵାର୍ଲଡ୍ ଆଥ୍ଲେଟିକ୍ ଚାମ୍ପିୟନରେ ଭାରତର ସାହସିନୀ ଝିଅ ହିମା ଦାସ ୪୦୦ ମିଟର୍ ରେସରେ ସ୍ୱର୍ଣ୍ଣପଦକ ଜିଣି ଇତିହାସ ସୃଷ୍ଟି କରିଛନ୍ତି। ଏକତା ଭ୍ୟାନ୍ ନାମ୍ନୀ ଆଉ ଜଣେ ଭାରତୀୟ ଝିଅ ୨୦୧୮ ଓ୍ଵାର୍ଲଡ୍ ପାରା ଆଥ୍ଲେଟିକ୍ସ୍ ଗ୍ରାଣ୍ଡ୍ ପ୍ରିକ୍ସ୍ରେ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ଜିଣିଛନ୍ତି। ଯାହା କି ଆମ ଦେଶ ପାଇଁ ଅନେକ ଗୈାରବର କଥା ବୋଲି ମୋଦି କହିଛନ୍ତି । ତେବେ ଶେଷରେ ମୋଦି କହିଛନ୍ତି ଯେ ଏହିମାସ ଅର୍ଥାତ ଅଗଷ୍ଟ ମାସ ବହୁ ଐତିହାସିକ ଓ ପୂଜାପର୍ବାଣି ଭରି ରହିଥିବାରୁ ଏହା ତାତ୍ପର୍ଯ୍ୟପୂର୍ଣ୍ଣ ହୋଇ ପାରେ ବୋଲି ଦେଶବାସୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ। ଏଥିପାଇଁ ସେ ସମସ୍ତଙ୍କୁ ଶୁଭେଚ୍ଛା ଓ ନିରାମୟ ସ୍ୱାସ୍ଥ୍ୟ କାମନା କରିଛନ୍ତି। ପରିବେଶ ଅନୁକୂଳସମ୍ପନ୍ନ ହେବା ପରି ଗଣେଶ ଉତ୍ସବ ପାଳିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ମୋଦି ପ୍ରଧାନମନ୍ତ୍ରୀ ହେବାପରେ ମନ କି ବାତ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହା ମାଧ୍ୟମରେ ଲୋକମାନଙ୍କୁ ସମ୍ବୋଧିତ କରୁଛନ୍ତି ମୋଦି। ଅନେକ ଟେଲିଭିଜନ ଏହାରଲ ସିଧା ପ୍ରସାରଣ ମଧ୍ୟ କରୁଛନ୍ତି ଯାହା ଲାଗି ଲୋକମାନେ ସିଧାସଳଖ ମୋଦିଙ୍କ କଥା ଲୋକମାନେ ଶୁଣି ପାରୁଛନ୍ତି ।

Comments are closed.