ଫେରୁଛନ୍ତି ୪୫ ବିଇଡି ପରୀକ୍ଷାର୍ଥୀ : ଦିନ ୧ ଟାରେ ସ୍ୱତନ୍ତ୍ର ୨ ଟି ବସରେ ୪୫ ଜଣ ଛାତ୍ରଛାତ୍ରୀ ଆନ୍ଧ୍ରରୁ ଓଡ଼ିଶା ପହଞ୍ଚିବେ ।

6,150

ବିଇଡି ପରୀକ୍ଷା ଦେବାକୁ ଆନ୍ଧ୍ରପ୍ରଦେଶ ଯାଇଥିବା ୪୨ ଜଣ ଓଡିଆ ଛାତ୍ରଛାତ୍ରୀ ବସ୍ ଯୋଗେ ଓଡିଶା ଫେରୁଛନ୍ତି । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସେମାନଙ୍କର ଫେରିବା ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ବିଇଡି ପରୀକ୍ଷା ଦେବାକୁ ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଂଜ ଜିଲ୍ଲାର ବିଭିନ୍ନ ଅଂଚଳରୁ ଏହି ଛାତ୍ରଛାତ୍ରୀମାନେ ଆନ୍ଧ୍ରପ୍ରଦେଶ ଯାଇଥିଲେ । ସେମାନେ ଗତ ୧୩ ତାରିଖରେ ଓଡିଶାରୁ ଯାଇଥିଲେ । ୧୬ ତାରିଖରେ ସେମାନଙ୍କର ପରୀକ୍ଷା ଆରମ୍ଭ ହୋଇ ୨୧ ତାରିଖରେ ଶେଷ ହୋଇଥିଲା । ୨୨ ତାରିଖରେ ଫେରିବା ନେଇ ଟିକଟ ହୋଇଥିଲା । ସେହିଦିନ ଜନତା କର୍ଫ୍ୟୁ ଥିବାରୁ ଗାଡି ମୋଟର ବନ୍ଦ ରହିଥିଲା ।

 

୨୩ ତାରିଖରେ ଟ୍ରେନ୍ ଚଳାଚଳ ବନ୍ଦ ଥିବାରୁ ସେମାନେ ଫେରିନପାରି ଆନ୍ଧ୍ରପ୍ରଦେଶର ପ୍ରକସମ୍ ଡଷ୍ଟ୍ରିକ୍‌ଟ ମାର୍କାପୁର ସହରରେ ଫସି ରହିଥିଲେ । ଏନେଇ ଖବର ପ୍ରସାରଣ ପରେ ଓଡିଶା ସରକାର ସେମାନଙ୍କର ଫେରିବା ନେଇ ୨ ଟି ବସ୍ ବ୍ୟବସ୍ଥା କରିଛନ୍ତି । ଏହି ବସରେ ସମସ୍ତ ଓଡିଆ ଛାତ୍ରଛାତ୍ରୀ ୨ ଟି ବସରେ ସମସ୍ତ ପରୀକ୍ଷାର୍ଥୀ ଫେରୁଛନ୍ତି । ଏମାନଙ୍କର ମଧ୍ୟରେ ୧୮ ଜଣ ପୁଅ, ୨୪ ଜଣ ଝିଅ ରହିଛନ୍ତି । ଏମାନେ ଓଡିଶାରେ ପହଁଚିବା ପରେ ସମସ୍ତଙ୍କର ରକ୍ତ ପରୀକ୍ଷା କରାଯିବ । ସେମାନଙ୍କୁ ହୋମ୍ କ୍ୱାରେଂଟାଇନରେ ରଖାଯିବ । ଓଡିଶା ପିଲାଙ୍କୁ ଫେରାଇ ଆଣିବା ପାଇଁ ଆନ୍ଧ୍ରପ୍ରଦେଶ ନଗସୁମ୍ ଜିଲ୍ଲାପାଳଙ୍କ ସହିତ କଥା ହୋଇଥିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି ।