ମାନବାଧିକାର ସଂସ୍ଥା ‘ହ୍ୟୁମାନ ରାଇଟ୍ ୱାଚ୍’ର ଖୁଲାସା : ଦେଶରେ ଗତ ୩ବର୍ଷରେ ଗୋହତ୍ୟା ଓ ଗୋ-ଚାଲାଣ ମାମଲାରେ ୪୪ ଲୋକଙ୍କ ହତ୍ୟା

86

ଦେଶରେ ଗୋ ରକ୍ଷକଙ୍କ ଦ୍ୱାରା କରାଯାଉଥିବା ହତ୍ୟାରେ ପୁଲିସର ମଧ୍ୟ ହାତ ଥାଏା । ଏହି ଦାବି କରିଛି ମାନବାଧିକାର ସଂସ୍ଥା ‘ହ୍ୟୁମାନ ରାଇଟ୍ ୱାଚ୍’ । ହ୍ୟୁମାନ୍ ରାଇଟ୍ ସଂସ୍ଥାର ରିପୋର୍ଟରେ କୁହାଯାଇଛି କି, ମେ ୨୦୧୫ରୁ ଡିସେମ୍ବର, ୨୦୧୮ ମଧ୍ୟରେ ଗୋହତ୍ୟା ଓ ଗୋ-ଚାଲାଣ ସହିତ ଜଡିତ ମାମଲାରେ ୪୪ ଲୋକଙ୍କ ହତ୍ୟା କରାଯାଇଛି । ଏମାନଙ୍କ ମଧ୍ୟରୁ ୩୬ଜଣ ମୁସଲିମ୍ । ମାନବାଧିକାର ସଂସ୍ଥା କହିଛି କି, ହତ୍ୟାର ପ୍ରତ୍ୟେକ ମାମଲାରେ ପୁଲିସ ପ୍ରାରମ୍ଭିକ ତଦନ୍ତକୁ ରୋକିଛି ।

‘ହ୍ୟୁମାନ ରାଇଟ୍ ୱାଚ୍’ ଆଇନ ବ୍ୟବସ୍ଥାକୁ ବଜାୟ ରଖୁଥିବା ସଂସ୍ଥା ଠାରୁ ଏହି ପ୍ରକାରର ଘଟଣାକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ଦାବି କରିଛି । ହ୍ୟୁମାନ ରାଇଟ୍ ୱାଚ୍ ର ସାଉଥ ଏସିଆ ଡାଇରେକ୍ଟର ମୀନାକ୍ଷୀ ଗାଙ୍ଗୁଲୀ କହିଛନ୍ତି କି, ଗୋରକ୍ଷା ଅଭିଯାନ ଏକ ଭିଡରେ ରୂପାନ୍ତରିତ ହୋଇଯାଇଛି, ଯାହା ବଦଳରେ ଅଳ୍ପସଂଖ୍ୟକ ବର୍ଗର ଲୋକଙ୍କ ଉପରେ ଆକ୍ରମଣ ବଢ଼ିଛି  ।

ମୀନାକ୍ଷୀ ଗାଙ୍ଗୁଲୀ କହିଛନ୍ତି କି, ଗୋରକ୍ଷାର ପ୍ରାରମ୍ଭ ହିନ୍ଦୁ ଭୋଟ ପାଇଁ କରାଯାଇଛି । କିନ୍ତୁ ଏହି ପଦକ୍ଷେପ ବଦଳି ଏବେ ଏକ ଫ୍ରି ପାସ୍ ବନିଯାଇଛି । ଯଦ୍ୱାରା ଭିଡ ଅଳ୍ପସଂଖ୍ୟକ ବର୍ଗଙ୍କ ଉପରେ ଆକ୍ରମଣ କରି ତାଙ୍କ ହତ୍ୟା କରୁଛି । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଗୋ-ଚାଲାଣ ସଂପର୍କିତ ଅପରାଧଗୁଡିକର ଆଲୋଚନା କରିଛନ୍ତି । ସେ କହିଛନ୍ତି କି ଏଭଳି ସମୁହ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍, ଯିଏ ହିଂସା ପାଇଁ ଧର୍ମକୁ ପରଦା ଭାବେ ବ୍ୟବହାର କରନ୍ତି ।

Comments are closed.