ଏପର୍ଯ୍ୟନ୍ତ ଜିଏସଟିରୁ ମିଳିଲାଣି ୪୨ ହଜାର କୋଟି !

27

କନକ ବ୍ୟୁରୋ : ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ଫାଇଲିଂରୁ ସରକାର ଏ ପର୍ଯ୍ୟନ୍ତ ୪୨ ହଜାର କୋଟି ଟଙ୍କାର ଟିକସ ପାଇଲେଣି । ସେଥି ମଧ୍ୟରୁ ୧୫ ହଜାର କୋଟି ଟଙ୍କା ସମନ୍ଵିତ ଜିଏସଟି (ଆଇଜିଏସଟି) ଆକାରରେ ମିଳିଥିବା ବେଳେ ୫୦୦୦ କୋଟି ଟଙ୍କା ଡିମେରିଟ୍‌ ସାମଗ୍ରୀ ଉପରେ ଲଗାଯାଇଥିବା ସେସ୍‌ ବାବଦରେ ମିଳିଛି । ବଳକା ୨୨ ହଜାର କୋଟି ଟଙ୍କା କେନ୍ଦ୍ର ଜିଏସଟି ଏବଂ ରାଜ୍ୟ ଜିଏସଟି ଆକାରରେ ମିଳିଛି ।

୧୦ ଲକ୍ଷ ଟିକସଦାତା ରିଟର୍ଣ୍ଣ ଫାଇଲ୍‌ କରିଛନ୍ତି । ଆଉ ୨୦ ଲକ୍ଷ ଟିକସଦାତା ଲଗ୍‌ ଇନ୍‌ କରିବା ସହିତ ରିଟର୍ଣ୍ଣ ଫର୍ମକୁ ସେଭ୍‌ କରି ରଖିଛନ୍ତି । ସରକାର ଆଶା କରୁଛନ୍ତି ଯେ ଟିକସଦାତାମାନେ ନିୟମକୁ ଠିକ୍‌ ଭାବେ ପାଳନ କରିବେ । ୯୦-୯୫% ଟିକସଦାତା ରିଟର୍ଣ୍ଣ ଫାଇଲ୍‌ କରିବେ ବୋଲି ସରକାର ଆଶା ରଖିଛନ୍ତି । ଚଳିତ ମାସ ୨୫ ତାରିଖ ପର୍ୟ୍ୟନ୍ତ ଟିକସଦାତାମାନେ ଜିଏସ୍‌ଟି ରିଟର୍ଣ୍ଣ ଫାଇଲ୍‌ କରିପାରିବେ ।