ଭଡାରେ ନେଇଥିବା ଜମି ବଦଳାଇ ଦେଲା ମୂଲ ଲାଗୁଥିବା ମୋତିଲାଲଙ୍କ ଭାଗ୍ୟ! କାମ କରୁଥିବା ବେଳେ ଜମିରୁ ମିଳିଲା ୨.୫ କୋଟି ଟଙ୍କାର ହୀରା

5

ଗୋଟିଏ ହୀରା ବଦଳାଇ ଦେଲା ମୂଲ ଲାଗୁଥିବା ଗରିବ ଲୋଜର ଜୀବନ । ମଧ୍ୟପ୍ରଦେଶର ପନ୍ନା ହୀରା ଖାଦାନରୁ ମୂଲ ଲାଗୁଥିବା ଜଣେ ବ୍ୟକ୍ତି ୪୨.୫୯ କ୍ୟାରେଟର ମୂଲ୍ୟବାନ ହୀର ପାଇଛନ୍ତି । ଏହି ହୀରାର ମୂଲ୍ୟ ୧.୫ କୋଟିରୁ ୨.୫ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । କୁହାଯାଉଛି ଏହି ଅଞ୍ଚଳରେ ମିଳିଥିବା ହୀରା ମଧ୍ୟରେ ଏହା ଦ୍ୱିତୀୟ ବୃହତ୍ତମ ତଥା ମୂଲ୍ୟବାନ ହୀରା ।

ଲୋକଙ୍କ କହିବା ଅନୁଯାୟୀ, ଏହା ପୂର୍ବରୁ ୧୯୬୧ ମସିହାରେ ୪୪.୫୫ କ୍ୟାରେଟର ସବୁଠୁ ବଡ ହୀରା ମିଳିଥିଲା । ଯାହାର ମୂଲ୍ୟ ମଧ୍ୟ ଅନ୍ୟ ହୀରା ଠାରୁ ବେଶ ଅଧିକ ରହିଥିଲା । ପନ୍ନା ହୀରା ଖାଦାନ ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, କୃଷ୍ଣ କଲ୍ୟାଣପୁର ଗାଁର ମୂଲ ଲାଗୁଥିବା ମୋତିଲାଲ ପ୍ରଜାପତି ଗୋଟିଏ ମାସ ପୂର୍ବରୁ ଗୋଟିଏ ହୀରା ଖାଦାନକୁ ଭଡାରେ ନେଇଥିଲେ । ତେବେ ହୀରା ଖାଦାନରେ କିଛି ଦିନ କାମ କରିବା ପରେ ତାଙ୍କୁ ଏହି ମୁଲ୍ୟବାନ ହୀରା ମିଳିଥିଲା । ତେବେ ଏହି ହୀରାକୁ ପରେ ଅଧିକାରୀଙ୍କ ନିକଟରେ ଜମା କରିଛନ୍ତି ମୋତିଲାଲ ।

ଖାଦାନର ଅଧିକାରୀ ଅନୁପମ ସିଂହଙ୍କ କହିବା ଅନୁଯାୟୀ, ମୋତିଲାଲଙ୍କୁ ମିଳିଥିବା ଏହି ହୀରାକୁ ଜାନୁଆରୀ ମାସରେ ନିଲାମ କରାଯିବ ।ଏବଂ ଏଥିରୁ ମିଳିବାକୁ ଥିବା ଟଙ୍କାରୁ ରୟାଲିଟି ଓ ଜିଏସଟି ବାଦ୍ ଦେବା ପରେ ବଳକା ଟଙ୍କା ମୋତିଲାଲଙ୍କୁ ଦିଆଯିବ । ତେବେ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କ କହିବା ଅନୁସାରେ, ଏହି ହୀରାର ମୁଲ୍ୟ ୧.୫ କୋଟିରୁ ୨.୫ କୋଟି ମଧ୍ୟରେ ରହିବ । ଚଳିତ ବର୍ଷ ଜଣେ ଚାଷୀ ଖେତରେ ହଳ କରୁଥିବା ବେଳେ ୧୨.୫୮ କ୍ୟାରେଟର ହୀରା ପାଇଥିଲେ । ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ରହିଥିଲା ।

Comments are closed.