ନେତା ବାଛିବାକୁ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଦିନ ୧ଟା ସୁଦ୍ଧା ରାଜ୍ୟରେ ୪୧ ପ୍ରତିଶତ ମତଦାନ, ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ

127

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଭୋଟର ମାନେ ବେଶ ଉତ୍ସାହର ସହ ମତଦାନ କରୁଛନ୍ତି । ପ୍ରତି ବୁଥରେ ଭୋଟରଙ୍କ ଭିଡ ଦେଖିବାକୁ ମିଳୁଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ଭୋଟିଂ ହେଉଥିବା ବେଳେ ଭୋଟର ମଧ୍ୟ ବେଶ ଉତ୍ସାହର ସହ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଉଛନ୍ତି । ମାଓ ପ୍ରଭାବିତ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଆସନ ଗୁଡିକରେ ସନ୍ଧ୍ୟା ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ ।

ଭୋଟ ଗ୍ରହଣ ପାଇଁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମୟ ନିଘଣ୍ଟ ରହିଥିବା ବେଳେ ଦିନ ୧ଟା ସୁଦ୍ଧା ରାଜ୍ୟରେ ୪୧ ପ୍ରତିଶତ ଭୋଟଗ୍ରହଣ କରାଯାଇଛି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ସେହିଭଳି ବ୍ରହ୍ମପୁରରେ ୪୩, ନବରଙ୍ଗପୁରରେ ୪୫, କଳାହାଣ୍ଡିରେ ୩୯ ଓ କୋରାପୁଟରେ ୪୨ ପ୍ରତିଶତ ମତଦାନ ହୋଇଛି । ତେବେ ଗୋଟିଏ ଗୋଟିଏ ସ୍ଥାନରେ ଇିଭିଏମ ଓ ଭିଭିପାଟ ମେସିନରେ ତ୍ରୁଟି ଦେଖାଯାଇଥିଲେ ମଧ୍ୟ ଭୋଟଗ୍ରହଣର ସମୟସୀମା ବୃଦ୍ଧି କରାଯିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୬୦ଲକ୍ଷ ମତଦାତାଙ୍କ ମଧ୍ୟରେ ୩୦ଲକ୍ଷ ମହିଳା ଭୋଟର ରହିଥିବା ବେଳେ ୨୯ଲକ୍ଷ ପୁରୁଷ ମତଦାତା ରହିଛନ୍ତି । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୭ହଜାର ୨୩୩ବୁଥରେ ଭୋଟ ଗ୍ରହଣ ଚାଲିଛି ।