ଘର ଭିତରେ ସ୍ନେକ ଗ୍ୟାଙ୍ଗ ! ଦୁଇଟି ସାପ ମାରିବା ପରେ ଘରୁ ବାହାରିଲେ ୪୦୦ ସାପ ।

4

ଉତ୍ତର ପ୍ରଦେଶର ମେରଠର ମବାନାରେ ଜଣେ ବ୍ୟକ୍ତିଙ୍କୁ ସାପ ମାରିବା ମହଙ୍ଗା ପଡ଼ିଛି। ଘର ସଫା କରୁଥିବା ସମୟରେ ଜଣେ ବ୍ୟକ୍ତିଙ୍କ ଘରୁ ପ୍ରଥମେ ଦୁଇଟି ସାପ ବାହାରି ଥିଲେ । ବାହାରି ଥିବା ଦୁଇଟି ସାପକୁ ମାରିବା ପରେ ହଠାତ୍ ଗୋଟିଏ ପରେ ଗୋଟିଏ ସାପ ବାହାରିବାକୁ ଲାଗିଲେ । ଏହିପରି ଭାବେ ବ୍ୟକ୍ତିଙ୍କ ଘରୁ ସମୁଦାୟ ୪୦୦ରୁ ଅଧିକ ସାପ ବାହାରିଥିଲେ । ଏହି ଘଟଣା ପୂରା ସହରକୁ ଆଶ୍ଚର୍ୟ୍ୟ କରିଛି।

ସୂଚନା ମୁତାବକ, ମେରଠର ମବାନା ଅଞ୍ଚଳରେ ଜଣେ ବ୍ୟକ୍ତି ଘର ସଫା କରୁଥିବା ସମୟରେ ଘରେ ଥିବା ଏକ ଛିଦ୍ରରୁ ଦୁଇଟି ସାପ ବାହାରିଥିଲେ । ସାପ ଦୁଇଟିକୁ ବ୍ୟକ୍ତି ଜଣକ ମାରିବା ପରେ ସେହି ସ୍ଥାନରୁ ଗୋଟେ ପରେ ଗୋଟେ ସାପ ବହାରିବାକୁ ଲାଗିଲେ । ଏହି ଖବର ବ୍ୟାପିବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସୁଅ ଛୁଟିଥିଲା। ଏହାପରେ ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ଗୁଣିଆଙ୍କୁ ଡ଼କା ଯାଇଥିଲା, ଯିଏକି ମନ୍ତ୍ର କରି ସେହି ଛିଦ୍ରଟିରୁ ସାପ ବାହାରିବା ବନ୍ଦ କରିଥିଲେ ।
ପ୍ରକୃତରେ ବ୍ୟକ୍ତି ଜଣକ ଦୁଇ ଦିନ ପୂର୍ବେ ଘର ସଫା କରୁଥିବା ସମୟରେ ଦୁଇଟି ବଡ଼ ସାପ ବାହାରିଥିଲେ । ତାହାକୁ ବ୍ୟକ୍ତି ଜଣଙ୍କ ତୁରନ୍ତ ମାରି ଦେଇଥିଲେ । ଏହା ପରେ ଘରେ ଥିବା ଏକ ଛିଦ୍ରରୁ ସାପ ବାହାରିବା ଆରମ୍ଭ କରିଥିଲେ ଏବଂ ୪୦୦ରୁ ଅଧିକ ସାପ ବାହାରିଥିଲେ । ଘର ବହୁ ଦିନ ବନ୍ଦ ରହିଥିବାରୁ ସେଠାରେ ସାପ ରହିଥିବା କହୁଥିବା ବେଳେ କୌଣସି ପ୍ରେତାତ୍ମା ଯୋଗୁଁ ଏପରି ହୋଇଥିଲା ବୋଲି ଗୁଣିଆ ଜଣକ କହିଥିଲା।

Comments are closed.