ନନ୍ଦାହାଣ୍ଡି ବ୍ଲକରୁ ୪୦ ପ୍ୟାକେଟ ଚାଉଳ ଜବତ ! ନିର୍ବାଚନ ପାଇଁ ଭୋଟରଙ୍କୁ ବାଂଟିବାକୁ ଅଣାଯାଇଥିବା ସନ୍ଦେହ

27

କନକ ବ୍ୟୁରୋ: ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ପୂଜାରୀଗୁଡା ଗାଁ ରାସ୍ତା ଉପରୁ ୪୦ ପ୍ୟାକେଟ ଚାଉଳ ଜବତ କରିଛି ଡଙ୍ଗରଭଜା ପୁଲିସ । ଏକ ଅଜଣା ଗାଡିରେ କୌଣସି ବ୍ୟକ୍ତି ଚାଉଳ ଆଣି ଗାଁ ରାସ୍ତାରେ ଛାଡିଯାଇଥିବା ପୁଲିସ କହିଛି ।

ତେବେ ନିର୍ବାଚନ ଥିବାରୁ ଭୋଟରଙ୍କୁ ମନେଇବାକୁ କେହି ଚାଉଳ ବାଂଟିବାକୁ ଆଣିଥିବା ସନ୍ଦେହ କରାଯାଉଛି । ତେବେ ପୁଲିସ ଏହି ଚାଉଳ ଜବତ କରି ଏହା କେଉଁଠୁ ଆସିଲା ସେ ନେଇ ତଦନ୍ତ ଚଳାଇଛି ।