ରାସ୍ତାରୁ ହଟିବ ପୁରୁଣା ଗାଡ଼ି !  ରଦ୍ଦ ହୋଇପାରେ ୪୦ ଲକ୍ଷ ଗାଡିର ପଂଜିକରଣ, କେବେ ଓ କାହିଁକି ଲାଗିବ କଟକଣା ଜାଣନ୍ତୁ

ବାଜ୍ୟାପ୍ତ ହୋଇପାରେ ୪୦ ଲକ୍ଷ ପୁରୁଣା ଗାଡ଼ି

307

ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି କି ପରିବହନ ବିଭାଗ ୪୦ ଲକ୍ଷ ବାହନର ପଂଜିକରଣ ରଦ୍ଦ କରିଦେଇଛି । ଏଥିରେ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଓ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ୍ ଚାଳିତ ବାହନ ଅଛି । ଦିଲ୍ଲୀରେ ମୋଟ୍ ୧,୧୦ କୋଟି ବାହନ ପଂଜିକୃତ ହୋଇଛି ।

ଦିଲ୍ଲୀ ସରକାରଙ୍କ ତରଫରୁ ଉପସ୍ଥାପିତ ଓକିଲକୁ ଶୀର୍ଷ ଅଦାଲତ କହିଲେ କି, ଏନଜିଟି ଦ୍ୱାରା ୭ ଏପ୍ରିଲ, ୨୦୧୫ରେ ନିଜର ଆଦେଶରେ ଦିଲ୍ଲୀ-ଏନସିଆରରେ ୧୫ ବର୍ଷ ପୁରୁଣା ପେଟ୍ରୋଲ ଚାଳିତ ବାହନ ଏବଂ ୧୦ ବର୍ଷ ପୁରୁଣା ଡିଜେଲ୍ ଚାଳିତ ବାହନର ପ୍ରଚଳନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ର ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅତିରିକ୍ତ ସଲିସିଟର ଜେନେରାଲ ଖଣ୍ଡପୀଠକୁ ଜଣାଇଲେ କି, ନ୍ୟାୟାଳୟର ୨୯ ଅକ୍ଟୋବର ଆଦେଶ ଅନୁରୂପ ପ୍ରଦୂଷଣ ବିଷୟରେ ଅଭିଯୋଗ ଦାଖଲ କରାଇବା ପାଇଁ ଟ୍ୱିଟର ଓ ଫେସବୁକରେ ନାଗରିକଙ୍କ ସୁବିଧା ପାଇଁ ଆକାଉଣ୍ଟ ଖୋଲି ଦିଆଯାଇଛି ।

ଏହି ଆକାଉଣ୍ଟରେ ୧୮ଟି ଅଭିଯୋଗ ମିଳିଛି । ବୋର୍ଡ ନିଜ ୱେବସାଇଟ୍ ର ଲିଙ୍କ ମଧ୍ୟ ଦେଇଛି, ଯେଉଁଠି ଦିଲ୍ଲୀ-ଏନସିଆରରେ ୧୫ ବର୍ଷ ପୁରୁଣା ପେଟ୍ରୋଲ ଓ ୧୦ ବର୍ଷ ପୁରୁଣା ଡିଜେଲ୍ ବାହନର ସୂଚୀ ଦେଖାଯାଇପାରିବ ।