ଲଂଣ୍ଡନର ୨୭ମହଲା କୋଠାରେ ନିଆଁ ! ଗ୍ରେନଫେଲ୍ ଟାୱାରରେ ଭୟଙ୍କର ଅଗ୍ନିକାଣ୍ଡ

29

କନକ ବ୍ୟୁରୋ : ଲଣ୍ଡନର ଏକ ୨୭ମହଲା କୋଠାରେ ନିଆଁ । ପଶ୍ଚିମ ଲଣ୍ଡନରେ ଥିବା ଗ୍ରେନଫେଲ୍ ଟାୱରରେ ଭୟାବୟ ଅଗ୍ନିକାଣ୍ଡ ଘଟିଛି । ଏହି କୋଠାରେ ଅନେକ ଲୋକ ଫସିରହିଥିବା ସୂଚନା ମିଳିଛି । ଦମକଳର ୪୦ଟି ଗାଡି ଓ ୨୦୦କର୍ମଚାରୀ ନିଆଁକୁ ଆୟତ କରିବାକୁ ଲାଗିପଡିଛନ୍ତି ତେବେ ଏପର୍ଯ୍ୟନ୍ତ ନିଆଁକୁ ଆୟତ କରାଯାଇପାରିନାହିଁ । ଏବେବି ସମଗ୍ର କୋଠା ନିଆଁ କବଳରେ ରହିଛି ।

ବୁଧବାର ସକାଳୁ ହଠାତ୍ ଅପାର୍ଟମେଂଟରେ ନିଆଁ ଲାଗିଯାଇଥିବା ଯୋଗୁଁ ଲୋକେ ବାହାରକୁ ବାହାରି ପାରିନଥିଲେ । ଏହି ଅପାର୍ଟମେଂଟରେ ପ୍ରୟ ୧୨୦ଟି ଫ୍ଲାଟ ରହିଛି । ଏଥିରେ ୧୨୦ଟି ପରିବାର ରହୁଥିବା ଅନୁମାନ କରାଯାଉଛି । ୪୦ଟି ଦମକଳ ଗାଡି ଓ ୨୦୦ କର୍ମଚାରୀଙ୍କ ସମେତ ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳରେ ପହଂଚିଛି । ଅଗ୍ନିକାଣ୍ଡର କାରଣ ଏବେ ବି ସ୍ପଷ୍ଟ ହୋଇନାହିଁ ।