ସାରା ରାଜ୍ୟରେ ବଢିଚାଲିଛି ତାପମାତ୍ରା । ସେପଟେ ୪୦ ଡିଗ୍ରୀ ଉପରେ ଟିଟିଲାଗଡର ତାପମାତ୍ରା

ତାତିଲା ପଶ୍ଚିମ ଓଡ଼ିଶା

85

କନକ ବ୍ୟୁରୋ : ତାତିଲା ପଶ୍ଚିମ ଓଡ଼ିଶା। ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ସହରର ତାପମାତ୍ରା ୩୬ ଡିଗ୍ରି ଟପି ଯାଇଛି। ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ପୁଣିଥରେ ୪୧ ଡିଗ୍ରି ଛୁଇଁଥିବା ବେଳେ ଟିଟିଲାଗଡ଼ ତାପମାତ୍ରା ୪୦ ଡିଗ୍ରିରେ ପହଞ୍ଚିଛି। ଆସନ୍ତା ଦୁଇ ଦିନ ଧରି ଏଭଳି ସ୍ଥିତି ଲାଗି ରହିବ। ଏହାପରେ କିଛିଟା ପରିବର୍ତନ ଆସିବା ସହ ଉତ୍ତର ଓ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ପୂର୍ବାନୁମାନ କରାଯାଇଛି ଯେ ଏପ୍ରିଲ ୧ ତାରିଖ ପୂର୍ବାହ୍ନ ୪୦ ଡିଗ୍ରୀ ଉପରେ ଟିଟିଲାଗଡର ତାପମାତ୍ରା ପାଗ ମୁଖ୍ୟତଃ ଶୁଖିଲା ରହିବ। ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହା ପ୍ରଭାବରେ କାଁ ଭାଁ ଝଡ଼ବର୍ଷା ହୋଇପାରେ। ନ ହେଲେ ସେଭଳି କିଛି ପରିବର୍ତନ ଦେଖାଯିବ ନାହିଁ। ଏପ୍ରିଲ ପହିଲା ପରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲକା ବର୍ଷା ସହ ପବନ ହୋଇପାରେ। ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ସୋନପୁର ଓ ଖୋର୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରଭାବ ପଡ଼ିପାରେ। ଏଥିପ୍ରତି ଦୃଷ୍ଟି ଦେବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।