ଖେଳୁ ଖେଳୁ ଗରମ ପାଣି ଭର୍ତ୍ତି ୱାଶିଙ୍ଗ ମେସିନ୍ ଭିତରକୁ ପଶିଗଲା ଶିଶୁ, ତା’ପରେ ହେଲା ହୃଦୟ ବିଦାରକ ଦୁର୍ଘଟଣା

ୱାଶିଙ୍ଗ ମେସିନର କବାଟ ଭାଙ୍ଗି ଶବ ବାହାର କଲେ ।

296

ଦୁବାଇର ଅଜମାନରେ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି । ଅଜମାନରେ ୱଶିଙ୍ଗ ମେସିନରେ ପଶି ଜଣେ ୪ବର୍ଷୀୟ ଶିଶୁର ମୃତ୍ୟୁ ଘଟିଛି । ୱାଶିଙ୍ଗ ମେସିନରେ ଗରମ ପାଣି ଭର୍ତ୍ତି ଥିଲା, ଯେଉଁଥିରେ ଶିଶୁଟି ବୁଡିଗଲା । ପୁଅଟି ନିଜ ଘରେ ଜେଜେ ମା’ ଓ ଦାଦାଙ୍କ ସହ ଥିଲା, ସେତେବେଳେ ହଠାତ୍ ସେ ୱାଶିଙ୍ଗ ମେସିନ୍ ପାଖକୁ ଚାଲିଗଲା । ତା’ପରେ ସେ ଫ୍ରଣ୍ଟ ଲୋଡ୍ ୱାଶିଙ୍ଗ ମେସିନ୍ ଭିତରକୁ ପଶିଗଲା ଓ କବାଟ ବନ୍ଦ କରିଦେଲା । ଏହାପରେ ମେସିନ୍ ସଫେଇ କରିବା ଆରମ୍ଭ କରିଦେଲା । ପୁଲିସର କହିବାନୁସାରେ, ଶିଶୁଟି ଉତ୍ସୁକତା ବଶତଃ ୱାଶିଙ୍ଗ ମେସିନ୍ ଭିତରକୁ ପଶିଗଲା ଓ ଭିତରେ ଫସିଗଲା । ଏହାପରେ ମେସିନ୍ ଚାଲିବାକୁ ଲାଗିଲା ଓ ଶିଶୁ ଭିତରେ ବୁଡିଗଲା ।

ଶିଶୁର ମା’ ଯେତେବେଳେ ଜେଜେ ମା’ଙ୍କ ଘରକୁ ନେବାକୁ ଆସିଲେ, ସେତେବେଳେ ଏହି ଘଟଣାଟି ଜଣାପଡିଲା । ଶିଶୁର ଦାଦା ୱାଶିଙ୍ଗ ମେସିନର କବାଟ ଭାଙ୍ଗି ଶବ ବାହାର କଲେ । ଶିଶୁର ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଓ ଘଟଣାର ଯାଂଚ ଜାରି ଅଛି ।