ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ୍ ଦୁର୍ଘଟଣା : ୪ଟି ଟ୍ରେନ୍ ବାତିଲ, ୭ଟି ଏକ୍ସପ୍ରେସର ବଦଳିଲା ଗତିପଥ

48

କନକ ବ୍ୟୁରୋ: ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୨ରେ ପହଂଚି ଥିବା ବେଳେ ପାଖାପାଖି ୫୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏହାକୁ କେନ୍ଦ୍ରକରି ୪ଟି ଟ୍ରେନ୍ ବାତିଲ କରାଯାଇଛି । ଏବଂ ୭ଟି ଏକ୍ସପ୍ରେସର ଗତିପଥ ବଦଳାଇ ଦିଆଯାଇଛି ।