ଯୋଗୀଙ୍କ ରାସ୍ତାରେ ସାଧୁସନ୍ଥ ! କର୍ଣ୍ଣାଟକର ବିଧାନସଭା ନିର୍ବାଚନରେ ଲଢିବା ପାଇଁ ଅଣ୍ଟା ଭିଡିଲେଣି ସ୍ୱାମୀଜି

35

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ରାସ୍ତାରେ ସାଧୁସନ୍ଥ । ଯୋଗୀଙ୍କ ଭଳି ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବାକୁ ଅଣ୍ଟା ଭିଡିଲେଣି ସାଧୁସନ୍ଥ । ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଅଭିଷିକ୍ତ ହେବା ପରେ କର୍ଣ୍ଣାଟକରେ ଅଧଡଜନ ସ୍ୱାମିଜୀ ସକ୍ରିୟ ରାଜନୀତିକୁ ଲମ୍ଫ ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି । ଉତ୍ତରପ୍ରଦେଶ ପରି କର୍ଣ୍ଣାଟକରେ ମଧ୍ୟ ଗେରୁଆ ବାନା ଉଡାଇବାକୁ ପ୍ରସ୍ତୁତି ଚଳାଇଛନ୍ତି ସାଧୂୁସନ୍ଥ । କର୍ଣ୍ଣାଟକରେ ଆସନ୍ତାବର୍ଷ ଏପ୍ରିଲ-ମେ ମାସରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି ।

HSSF-2016-Day-5-8ରାଜନୀତି କରିବାକୁ ସ୍ପଷ୍ଟ ଆଗ୍ରହ ଦେଖାଇ ଥିବା କେତେକ ସାଧୁସନ୍ଥମାନଙ୍କ ମଧ୍ୟରେ ଅଛନ୍ତି ମାଙ୍ଗାଲୁରୁ ନିକଟସ୍ଥ ଗୁରୁପୁର ବଜ୍ରଦେହୀ ମଠର ରାଜଶେକରନନ୍ଦ ସ୍ୱାମୀଜି, ଧର୍ଓ୍ଵାଦ୍ ଜିଲ୍ଲା ଅନ୍ତର୍ଗତ ମାନାଗୁଡ଼ିସ୍ଥିତ ଶ୍ରୀଗୁରୁ ବାସବ ମହାମାନେର ଶ୍ରୀବାସବାନନ୍ଦ ସ୍ୱାମୀଜି ଏବଂ ଚିତ୍ରଦୁର୍ଗା ଜିଲ୍ଲାର ଶ୍ରୀ ଶିବ ଶରଣ ମାଦରା ଗୁରୁ ପୀଠର ଶ୍ରୀ ମାଦରା ଚେନ୍ନାୟା ସ୍ୱାମୀଜି।

କର୍ଣ୍ଣାଟକର କେତେକ ସ୍ୱାମୀଜି ରାଜନୀତିର ଆଗ ଧାଡ଼ିରେ ପ୍ରକଟ ହେବାକୁ ପ୍ରସ୍ତୁତି କରୁଛନ୍ତି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଅଭିଷିକ୍ତ ହେବା ଘଟଣାରେ ପ୍ରେରଣା ପାଇ କର୍ଣ୍ଣାଟକର ଅଧଡଜନେ ସାଧୁସନ୍ଥ ସିଧା ସଳଖ ଆସନ୍ତା ବିଧାନସଭା ନିର୍ବାଚନରେ ଅଂଶ ଗ୍ରହଣ କରିବେ। ଏହାଛଡା ଆସନ୍ତା ନିର୍ବାଚନରେ ଟିକେଟ ପାଇବା ଅଶାରେ ସାଧୁସନ୍ଥ ମାନେ ରାଜନେତାଙ୍କ ସହ ବୁଲିବା ଆରମ୍ଭ କଲେଣି । ଏହାଛଡା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଓ ସଭା ସମିତିରେ ମଧ୍ୟ ଏହି ଗେରୁଆ ବାବାଙ୍କୁ ଦେଖିବାକୁ ମିଳୁଛି । ସାଧୁସନ୍ଥ ମାନେ କେବଳ ଯେ ସଭା ସମିତିରେ ଯୋଗ ଦେଉଛନ୍ତି ତାହା ନୁହେଁ ବରଂ ଅଗ୍ନିବର୍ଷୀ ଭାଷଣ ମାଧ୍ୟମରେ ଲୋକଙ୍କୁ ନିଜ ଆଡକୁ ଆକୃଷ୍ଟ କରୁଛନ୍ତି ।

imagesରାଜନୈତିକ ସମୀକ୍ଷକମାନେ କହନ୍ତି ଯେ ସନ୍ଥମାନଙ୍କ ମଧ୍ୟରୁ ଅଧିକାଂଶ ବିଜେପି ଟିକେଟ ପାଇଁ ଲାଳାୟିତ। ବିଜେପି ଟିକେଟରେ ଅର୍ଥନୈତିକ ପଛୁଆ ନିର୍ବାଚନ ମଣ୍ଡଳୀ କାଲାଘାତାଗିରୁ ପ୍ରତିଦ୍ୱନ୍ଦିତା କରିବାକୁ ଆଗ୍ରହୀ ବାସବାନନ୍ଦ ଟିକେଟ ପାଇବେ ବୋଲି ନିଶ୍ଚିତ ହୋଇଗଲେଣି। ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଜ୍ୟ ବିଜେପି ସଭାପତି ବି ଏସ୍ ୟେଦ୍ୟୁରେପ୍ପାଙ୍କ ସହ ସେ ଉଠାଇଥିବା ଫଟୋ ଏବେ ତାଙ୍କ ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ ହୋଇଛି। ଯଦି ସେ ପ୍ରତିଦ୍ୱନ୍ଦିତା କରନ୍ତି, ତେବେ ଖଣି ବ୍ୟବସାୟୀ ତଥା ଶ୍ରମମନ୍ତ୍ରୀ ସନ୍ତୋଷ ଏସ୍ ଲାଡଙ୍କ ସମ୍ମୁଖୀନ ହେବେ। ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱାମୀଜି ସେ ଅଞ୍ଚଳରେ ସୁପରିଚିତି ଏବଂ ତାଙ୍କର ହଜାର ହଜାର ଅନୁଗାମୀ ଅଛନ୍ତି।

ରାଜନେତାମାନେ ସୁମାର୍ଗ ଅନୁସରଣ ନ କରି ଲୋକମାନଙ୍କ ପାଇଁ କାମ କରୁଥିବାରୁ ସନ୍ଥମାନେ ରାଜନୀତିରେ ପ୍ରବେଶ କରୁଛନ୍ତି ବୋଲି ବାସବାନନ୍ଦ କହିଛନ୍ତି। ଆଜିକାଲି ‘ମନ୍ଦ’ ଶବ୍ଦର ପ୍ରତିଶବ୍ଦ ହେଉଛି ରାଜନୀତି। ରାଜନୀତି ନିର୍ମଳ ବୋଲି ମୁଁ ଦେଖାଇ ଦେବାକୁ ଚାହେଁ। ମୋଦିଙ୍କୁ ନିଜର ପ୍ରେରଣା ବୋଲି ଦାବି କରୁଥିବା ବାସବାନନ୍ଦ କହିଛନ୍ତି ଯେ ବିଜେପି ଟିକେଟ ନ ମିଳିଲେ ସେ ପ୍ରତିଦ୍ୱନ୍ଦିତା କରିବେ ନାହିଁ।

ଆଗାମୀ ନିର୍ବାଚନରେ ୪ ଜଣ ସନ୍ଥଙ୍କୁ ଟିକେଟ ଦେଇପାରେ ବିଜେପି । ତେବେ ବିଜେପିର ଏହି ଚାଲକୁ ପ୍ରତିହତ କରିବା ପାଇଁ ଲିଙ୍ଗାୟାତ ସନ୍ଥମାନଙ୍କୁ ନିର୍ବାଚନରେ ଠିଆ କରାଇବାକୁ କଂଗ୍ରେସ ଉଦ୍ୟମ ଚଳାଇଛି।ସେହିଭଳି ବିଜେପି ଟିକେଟରେ ଲଢିବାକୁ ଆଶାୟୀ ଥିବା ରାଜଶେଖରନନ୍ଦଙ୍କ କହିବା ଅନୁଯାୟୀ, ତାଙ୍କର ହଜାର ହଜାର ଅନୁଗାମୀ ରହିଛନ୍ତି । ଯେଉଁ ଅନୁଗାମୀ ମାନେ ଚାହୁଁଚନ୍ତି କି ସେ ରାଜନୀତିକୁ ଆସିବା ଆବଶ୍ୟକ । ତେଣୁ ଏହି ବିଷୟରେ ସେ ନିଜ ଭକ୍ତଙ୍କ ସହ ଆଲୋଚନା କରିଛନ୍ତି । ଅନୁଗାମୀ ମଧ୍ୟ ଚାହୁଁଛନ୍ତି କି, ସେ ସକ୍ରିୟ ରାଜନୀତିକୁ ଆସିବା ଆବଶ୍ୟକ । ଏପରିକି କର୍ଣ୍ଣାଟକର ଯେ କୌଣସି ନିର୍ବାଚନମଣ୍ଡଳୀରୁ ମଧ୍ୟ ସେ ଲଢିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ।