୪ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ହେଲା ରେକର୍ଡ଼ ! ଅଦାଳତରେ ସମାଧାନ ହେଲା ୧୦ବର୍ଷ ଧରି ଚାଲୁଥିବା ସମସ୍ତ କେସ୍

42

ପ୍ରଥମ ଥର ଲାଗି ଦେଶର ୪ଟି ରାଜ୍ୟ ଏବଂ ଗୋଟିଏ କନ୍ଦ୍ରେ ଶାସିତ ଅଂଚଳ, ସେମାନଙ୍କ ନିମ୍ନ ଅଦାଲତ ଗୁଡ଼ିକରେ ବିଗତ ୧୦ ବର୍ଷ ଧରି ବିଚାରାଧୀନ ସମସ୍ତ ମାମଲାକୁ ସମାଧାନ କରିବାରେ ସମର୍ଥ ହୋଇଛନ୍ତି । ଆମ ଦେଶରେ ଏକ ଦଶକରୁ ଅଧିକ ପୁରୁଣା କୋର୍ଟରେ ଚାଲୁଥିବା କେସ୍ ସଂଖ୍ୟା ପାଖାପାଖି ୨୩ ଲକ୍ଷ ରହିଛି । ଏପରି ହେବା ଦ୍ୱାରା ଏକ ବିରଳ ରେକର୍ଡ଼ ସୃଷ୍ଟି ହୋଇଛି । ଯେଉଁ ରାଜ୍ୟରେ ଏହି ପରି ପୁରୁଣା ମାମଲା ବିଚାରାଧୀନ ଅବସ୍ଥାରେ ଥିଲା, ସେହିି ରାଜ୍ୟ ଗୁଡ଼ିକ ହେଲା ହରିୟାଣା, ପଂଜାବ, ହିମାଚଳ ପ୍ରଦେଶ, କେରଳ ଓ ଚଂଣ୍ଡୀଗଡ଼ ସାମିଲ ଅଛନ୍ତି । ଏହି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ନିମ୍ନ ଅଦାଲତ ଗୁଡ଼ିକ ପୁରୁଣା ମାମଲକୁ ଗୁଡ଼ିକୁ ବହୁତ ଶୀଘ୍ର ସମାଧାନ କରିବା ପାଇଁ ଚେଷ୍ଟା କରିଛନ୍ତି ।

ଟାଇମ୍ସ ଅଫ ଇଣ୍ଡିଆ ମୁତାବକ ଏହି ୪ ରାଜ୍ୟ ବ୍ୟତୀତ ଦିଲ୍ଲୀ, ଆସାମ, ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକରେ ମଧ୍ୟ ୧୦ ବର୍ଷ ପୁରୁଣା ଲମ୍ବା କେସ ଗୁଡ଼ିକ ଏକ ପ୍ରତିଶତ କମ୍ କରିଛି । ତେବେ ସମାଧାନ ହୋଇଥିବା ମାମଲା ଗୁଡ଼ିକ ମଧ୍ୟରେ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟରେ ଚାଲୁଥିବା କେସ୍ ସାମିଲ ନାହିଁ । ନ୍ୟାସନାଲ ଜୁଡ଼ିସିଆଲ ଡାଟା ଡିଗ୍ରୀ ତରଫରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ପୁରା ଦେଶରେ ଏବେ ୨.୫୪ କୋଟି ମାମଲା, ୧୭ ହଜାରରୁ ଅଧିକ ନିମ୍ନ ଅଦାଳତ ଗୁଡ଼କରେ ୧୦ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ବିଚାରାଧୀନ ରହିଛି । ସବୁଠାରୁ ଅଧିକ ଲମ୍ବା ବିଚାରାଧୀନ କେସ ଚାଲୁଥିବା ରାଜ୍ୟ ଗୁଡ଼ିକରେ ହରିୟାଣ , ପଂଜାବ, ମଧ୍ୟପ୍ରଦେଶ , କର୍ଣ୍ଣାଟକ ଓ କରେଳ ସାମିଲ ରହିଛି ।

ଲୋକ ଅଦାଲତ ଦ୍ୱାରା ସମାଧାନ ହେଲା ଅଧିକରୁ ଅଧିକ ମାମଲା –
କେସ ଗୁଠିକ ଶୀଘ୍ର ସମାଧାନ ହେବା ପଛରେ ରହିଛି ଲୋକ ଅଦାଲତର ଗରୁତ୍ୱପ୍ରୂ୍ଣ୍ଣ ଭୁମିକା । କାରଣ ଅନେକ କେସ ଲୋକ ଅଦାଲତ ଜରିଆରେ ହିଁ ଶେଷ ହୋଇଛି । ଏବେ ଜିଲ୍ଲା ଅଦାଲତ ଏହି ଲୋକ ଅଦାଲଥ ମାଧ୍ୟମରେ ଲମ୍ବା କେସକୁ ସମାଧାନ କିରବା ପାଇଁ ଲାଗି ପଡ଼ିଛନ୍ତି । ଯେଉଁଠି ଆପୋଷ ବୁଘାମଣା ଓ କଥାବାର୍ତ୍ତା ଜରିଆରେ କେସର ସମାଧାନ କରାଯାଏ । ତେବେ ଏହି ପ୍ରକ୍ରିୟା କଳେ ନିମ୍ନ ଅଦାଲତ ଗୁଡ଼ିକରେ ଆରମ୍ଭ ହୋଇଛି । ଯେଉଁ ରାଜ୍ୟରେ ଏପରି କେସ ପାଇଁ ଅବସ୍ଥା ବହୁତ ଖରାପ ଅଛି, ସେଥିରେ ଗୁଜୁରାଟ, ବିହାର , ଓଡ଼ିଶା, ପଶ୍ଚିମବଙ୍ଗ ସଆଦି ରାଜ୍ୟ ସାମିଲ ଅଛନ୍ତି । କେବଳ ଗୁଜରୁରାଟରେ ୧୦ ବର୍ଷରେ ପୁରୁଣା ଲମ୍ବା କେସ ସଂଖ୍ୟା ୨୦ ପ୍ରତିଶତରୁ ଅଧିକ ରହିଛି । ଏହି ତାଲିକାରେ ଓଡ଼ି଼ିଶାରେ ୧୭ ପ୍ରତିଶତ , ୟୁପିରେ ୧୩ ପ୍ରତିଶତ, ପଶ୍ଚିମ ବଙ୍ଗ ଓ ଉତ୍ତରାଖଂଡ଼ରେ ୧୨ ପ୍ରତିଶତ ଏବଂ ଜମ୍ମୁ-କାଶ୍ମୀରରେ ୧୧ ପ୍ରତିଶତ ଲମ୍ବା କେସ ରହିଛି ।