କଳାହାଣ୍ଡି ଜିଲ୍ଲା ଦୁଆରସୁନି ଗାଁରେ ଅଭାବନୀୟ ଘଟଣା! ୪ଭାଇ ଭଉଣୀଙ୍କୁ ପେଟ୍ରୋଲ ଢାଳି ହତ୍ୟା କରିବାକୁ ଉଦ୍ୟମ

34

କନକ ବ୍ୟୁରୋ: ଅଳ୍ପକେ ବର୍ତିଲେ ଭାଇ ଭଉଣୀ । ୪ଭାଇ ଭଉଣୀଙ୍କୁ ପେଟ୍ରୋଲ ଢାଳି ହତ୍ୟା କରିବାକୁ ଉଦ୍ୟମ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଦୁଆରସୁନି ଗାଁରେ ଘଟିଛି ଏହି ଘଟଣା । ୪ ଜଣ ଭାଇ ଭଉଣୀ ଘର ଭିତରେ ଶୋଇଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ସ୍କାଏଲାଇଟ୍ ବାଟେ ଘର ଭିତରକୁ କେହି ଦୁର୍ବୃତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ।

ଫଳରେ ଖଟ ଉପରେ ଶୋଇଥିବା ନାବାଳକ ଚନ୍ଦନ ନାଏକ ଗୁରୁତର ଆହତ ହୋଇଛି । ତାକୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ତେବେ ତଳେ ଶୋଇଥିବା ଚନ୍ଦନର ତିନି ଭଉଣୀ ମଧ୍ୟ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଚନ୍ଦନର ଭିଣୋଇ ଏହି ଆକ୍ରମଣରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –