ନାଟକର ନାଁ କର୍ଣ୍ଣାଟକ! ସରକାର ଭାଙ୍ଗିବାକୁ ବିଜେପିର ଉଦ୍ୟମ, କଂଗ୍ରେସର ୪ ବିଧାୟକଙ୍କୁ ଉସୁକାଉଛି ବିଜେପି ।

ସଙ୍କଟରେ କର୍ଣ୍ଣାଟକ କଂଗ୍ରେସ-ଜେଡ଼ିଏସ ସରକାର

189

କନକ ବ୍ୟୁରୋ: ସଙ୍କଟରେ କର୍ଣ୍ଣାଟକ କଂଗ୍ରେସ-ଜେଡ଼ିଏସ ସରକାର । ଜାତୀୟ ଗଣମାଧ୍ୟମ ସୂଚନା ମୁତାବକ କର୍ଣ୍ଣାଟକ ସରକାର୪୩ଜଣ କଂଗ୍ରେସ ବିଧାୟକ ଏବେ ବିଜେପି ସହ ହାତ ମିଳାଇଥିବା ଚର୍ଚ୍ଚା ଜୋରଧରିଛି । କର୍ଣ୍ଣାଟକ କଂଗ୍ରେସ  ବିଧାୟକ ରମେଶ ଜରକିହୋଲି ଏବଂ ମହେଶ କୁମାରଟଲ୍ଲୀଙ୍କ ବିରୋଧରେ ଦଳବଦଳ ଆଇନ ମୁତାବକ ନୋଟିସ ଜାରି କରାଯିବ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଯଦି ଏହା ସତ ହୁଏ ଖୁବ୍ ଶୀଘ୍ର କର୍ଣ୍ଣାଟକ କଂଗ୍ରେସ-ଜେଡ଼ିଏସ ସରକାରଙ୍କ ପାଇଁ ସତର୍କ ଘଣ୍ଟି କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ କର୍ଣ୍ଣାଟକ ମନ୍ତ୍ରୀ ଶିବକୁମାର  ଅଭିଯୋଗ ଆଣିଛନ୍ତି ଯେ, ୪ କଂଗ୍ରେସ ବିଧାୟକଙ୍କୁ ବିଜେପି ଉସୁକାଉଛି । ଏପରିକି ପୂର୍ପରୁ ମୁମ୍ବାଇର ଏକ ପଞ୍ଚ ତାରକା ହୋଟେଲରେ ଗେରୁଆ ଦଳ ସହିତ ଡିଲ୍ କରିଥିବା ଶୁଣିବାକୁ ମିଳିଥିଲା ।

 

ଜାତୀୟ ଗଣାମଧ୍ୟମ ସୂଚନା ମୁତାବକ ରମେଶ ଏବଂ ମହେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିନ୍ତୁ ଉମେଶ ଯାଦବ ଏବଂ ବି ନାଗେନ୍ଦ୍ରଙ୍କ ବିରୋଧରେ ଦଳ ଏବେ କିଛି କରିବ ନାହିଁ ।  ଯାଦବଙ୍କୁ ବିଜେପି ଲୋକସଭା ପ୍ରାର୍ଥୀଭାବେ ଉପସ୍ଥାପନ କରିପାରେ ।  ସେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ସହ ମୁକାବିଲା କରିପାରନ୍ତି ।  ସେପଟେ କଂଗ୍ରେସ ବିଧାୟକ ଡିକେ ଶିବକୁମାର କହିଛନ୍ତି କି, ଦୁଇ ବିଧାୟକ ଆନନ୍ଦ ସିଂ ଏବଂ ଜେଏନ ଗଣେଶଙ୍କ ମଧ୍ୟରେ ତିକ୍ତତା ନାହିଁ ।  ଏହା ଏକ ମିଛ ଖବର ।  ରାଜ୍ୟରେ କଂଗ୍ରେସ ସରକାରକୁ କେହି ହଲାଇ ପାରିବେ ନାହିଁ ବୋଲି ଦମ୍ଭୋକ୍ତି ବାଢିଛନ୍ତି ଶିବକୁମାର ।

 

 ସେପଟେ ଦଳର ଅନେକ ବରିଷ୍ଠ ନେତା ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।  ଏହା ମଧ୍ୟରେ ବିଜେପିର ସମସ୍ତ ବିଧାୟକ ଗୁରୁଗାଁଓରେ ଏକ ପଂଚତାରକା ହୋଟେଲରେ ଏକ ସପ୍ତାହ ରହି ରାଜ୍ୟକୁ ଫେରିଛନ୍ତି । ଏବେ କର୍ଣ୍ଣାଟକର ହାଇଭୋଲଟେଜ୍ ଡ଼୍ରାମାରେ କେଉଁ ମୋଡ଼ ଆଉ ସସପେନ୍ସ  ଦେଖିବାକୁ ମିଳିବ ଅପେକ୍ଷାରେ ରାଜନୀତି ମହଲ ।