ଟିଡ଼ିପିକୁ ବଡ ଝଟକା । ଚନ୍ଦ୍ରବାବୁଙ୍କୁ ଚକମା ଦେଇ ବିଜେପିରେ ଯୋଗ ଦେଲେ ୪ ଟିଡ଼ିପି ରାଜ୍ୟସଭା ସାଂସଦ ।

223

ଟିଡ଼ିପିକୁ ଆଉ ଏକ ଝଟକା । ଚନ୍ଦ୍ରବାବୁ ନାଇଡୁଙ୍କ ଟିଡ଼ିପିର ୬ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୪ ଜଣ ସାଂସଦ ବିଜେପିରେ ସାମିଲ ହୋଇଛନ୍ତି । ଆଉ ଏହାଦ୍ୱାରା ରାଜ୍ୟସଭାରେ ବିଜେପିର ଶକ୍ତି ବୃଦ୍ଧି ପାଇଛି । ଆଉ ଏହାଦ୍ୱାରା ରାଜ୍ୟସଭାରେ ଟିଡ଼ିପିର ମାତ୍ର ୨ ଜଣ ସାଂସଦ ରହିଛନ୍ତି । ଏହାଦ୍ୱାରା କେବଳ ଟିଡ଼ିପିର କ୍ଷତି ହୋଇନାହିଁ ବରଂ ବିଜେପିର ଲାଭ ହୋଇଛି । ଏହି ୪ ରାଜ୍ୟସଭା ସାଂସଦଙ୍କ ସହ ବିଜେପିର ସଦସ୍ୟଙ୍କ ସଂଖ୍ୟା ୭୫ରେ ପହଞ୍ଚିଛି ।

ଟିଡ଼ିପିର ସିଏମ ରମେଶ,ଟିଜି ଭେଙ୍କଟେଶ, ଜି ମୋହନ ରାଓ, ଓ ୱାଇଏସ ଚୌଧୁରୀ ବିଜେପିରେ ସାମିଲ ହୋଇଛନ୍ତି । ତେବେ ଏହି ୪ ସାଂସଦ ଦଳ ବଦଳ କରିଥିଲେ ମଧ୍ୟ ଏମାନଙ୍କ କ୍ଷେତ୍ରରେ ଦଳ ବଦଳ ନିୟମ ଲାଗୁ କରାଯାଇ ସଦସ୍ୟତା ରଦ୍ଦ କରାଯାଇପାରିବ ନାହିଁ ।

ରାଜ୍ୟସଭାର ମୋଟ ୨୪୫ ସଦସ୍ୟଙ୍କ ମଧ୍ୟରୁ ଏବେ ଏନଡିଏ ପାଖରେ ୧୦୦ ଜଣ ସାଂସଦ ରହିଛନ୍ତି । ରାଜ୍ୟସଭାରେ ବହୁମତ ପାଇଁ ୧୨୩ ଜଚ୍ଚରୁ ଅଧିକ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ତେଣୁ ବହୁମତ ଠାରୁ ଏବେ ମଧ୍ୟ ଏନଡିଏ ୨୩ଟି ଆସନ ଦୂରରେ ରହିଛି । ତେବେ କଂଗ୍ରେସ ପାଖରେ ମାତ୍ର ୪୮ ଜଣ ସାଂସଦ ରହିଥିବା ବେଳେ ଟିଏମସି ପାଖରେ ୧୩ ଜଣ ସାଂସଦ ରହିଛନ୍ତି । ଏଭଳି ସମୟରେ ଟିଡିପିର ୪ ସାଂସଦ ବିଜେପିରେ ଯୋଗ ଦେବା ପରେ ଏବେ ଆଉ ମାତ୍ର ୧୯ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ କରୁଛି ଏନଡିଏ ।