ଗଣହତ୍ୟାର ବିଭତ୍ସ କାଣ୍ଡ ! କଳାହାଣ୍ଡି ରାସ୍ତାରୁ ଉଦ୍ଧାର ହେଲା ୪ ମୃତଦେହ, ପୋଲିସର ତନାଘନା, ଜଣେ ଅଟକ । 

267

କନକ ବ୍ୟୁରୋ : କଳାହାଣ୍ଡିରେ ଅଭାବନୀୟ ଘଟଣା । ଗାଁ ରାସ୍ତାରେ ୪ଜଣଙ୍କୁ ଗଣହତ୍ୟା  । ମୃତକ ଚାରି ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ପଲସ-ପିପଲଗୁଡା ରାସ୍ତାରୁ ଉଦ୍ଧାର ହୋଇଛି ୪ଜଣଙ୍କ ମୃତଦେହ । ୪ ମୃତକଙ୍କ ମଧ୍ୟରୁ ୩ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି । ଏହି ତିନି ଜଣ ହେଲେ ସୁଦର ନାୟକ, ସିଂଗ ନାୟକ ଓ ନକୁଳ ନାୟକ । ଅନ୍ୟଜଣେ ମୃତକ ହେଲେ ଉପି ଶବର ।

ଜୟପାଟଣା ଥାନା ପୋଲିସ ଏହି ମୃତଦେହ ଉଦ୍ଧାର କରିଛି । ଘଟଣା ସ୍ଥଳରେ ଜୟପାଟଣା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ହତ୍ୟାକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି । ମିଳିଥିବା ସୂଚନା ଅନୁସାରେ ହତ୍ୟା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ନିଶାସକ୍ତ ଅବସ୍ଥାରେ ସେ ଏହି ହତ୍ୟାକାଣ୍ଡ ଭିଆଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ମଦ ପିଇବା ପରେ ଏହି ୪ଜଣଙ୍କୁ ହତ୍ୟା ଅଭିଯୁକ୍ତ ଏକୁଟିଆ ମାରିଥିବା ସୂଚନା ମିଳିଛି । ତେବେ ପୋଲିସର ତନାଘନା ପରେ ଅଭିଯୁକ୍ତ ଏହି କାଣ୍ଡ ଭିଆଇଥିବା ସ୍ୱୀକାର କରିଛି ।