କ୍ରାଇମବ୍ରାଂଚ କରିବ ଖୋଳତାଡ୍ ! ଆଜି କୋରାପୁଟ ଯିବ ତଦନ୍ତକାରୀ ଟିମ୍

28

କନକ ବ୍ୟୁରୋ: ସୁଙ୍କି ଲ୍ୟାଣ୍ଡମାଇନ୍ ମାମଲାର ତଦନ୍ତ କରିବ କ୍ରାଇମବ୍ରାଂଚ । କ୍ରାଇମବ୍ରାଂଚର ଏଲଡବ୍ଲ୍ୟୁଇ ଉଇଙ୍ଗ୍ କରିବ ଖୋଳତାଡ । ଜଣେ ଡିଏସପିଙ୍କ ନେତୃତ୍ୱରେ ଘଟଣାର ଅନୁଧ୍ୟାନ କରାଯିବ । ଆଜି ତଦନ୍ତ କରିବା ପାଇଁ କୋରାପୁଟକୁ ୪ଜଣିଆ ଟିମ୍ ଯିବ । ଏହି ତଦନ୍ତକାରୀ ଦଳରେ ଫରେନସିକ୍ ଟିମକୁ ମଧ୍ୟ ସାମିଲ କରାଯିବ ।

ତେବେ କେଉଁ ପରିସ୍ଥିତିରେ କିପରି ଘଟିଲା ବିସ୍ଫୋରଣ ତାହାର ଛାନଭିନ୍ କରିବ ତଦନ୍ତକାରୀ ଦଳ ।ଏହା ସହ ପ୍ରତ୍ୟକ୍ଷଦର୍ଶୀ ଓ ବର୍ତିଯାଇଥିବା ପୁଲିସଙ୍କ ବୟାନ ରେକର୍ଡ କରାଯିବ । ଏହି ସୂଚନା ଦେଇଛନ୍ତିି କ୍ରାଇମବ୍ରାଂଚ ଡିଜି ବି.କେ. ଶର୍ମା ।

ଏହା ସହ ଦେଖନ୍ତୁ ଏହି ଭିଡିଓ-