ବିଜେପି ବିଧାୟକ ପ୍ରାର୍ଥୀଙ୍କ ପ୍ରଚାର ଗାଡିରୁ ଟଙ୍କା ଜବତ କଲା ସ୍ପେଶାଲ ସ୍କ୍ୱାର୍ଡ । ଜାଣନ୍ତୁ କେଉଁଠି?

1,133

କନକ ବ୍ୟୁରୋ : ବିଜେପି ବିଧାୟକଙ୍କ ପ୍ରଚାର ଗାଡିରୁ ଟଙ୍କା ଜବତ କଲେ ଫ୍ଲାଇଂ ସ୍କ୍ୱାର୍ଡ ଅଧିକାରୀ । ଢେଙ୍କାନାଳ ହିନ୍ଦୋଳ ଆସନରୁ ବିଜେପି ପ୍ରାର୍ଥୀ ଅଶୋକ ନାୟକଙ୍କ ପ୍ରଚାର ଗାଡିରୁ ୪ ଲକ୍ଷ ଟଙ୍କା ଜବତ କରିଛି ସ୍ପେଶାଲ ଫ୍ଲାଇଂ ସ୍କ୍ୱାର୍ଡ । ଢେଙ୍କାନାଳ ସେଣ୍ଟ୍ରାଲ ସ୍କୁଲ ନିକଟରୁ ବିଧାୟକଙ୍କ ପ୍ରଚାର ଗାଡିରୁ ଏହି ଟଙ୍କା ଜବତ କରାଯାଇଛି । ତେବେ ଏହାକୁ ନେଇ ବିଜେପି ପ୍ରାର୍ଥୀ ଅଶୋକ କହିଛନ୍ତି, ବ୍ୟାଙ୍କରୁ ଏହି ଟଙ୍କା ଉଠାଇ ଅଣା ଯାଉଥିଲା । ସ୍ପେଶାଲ ସ୍କ୍ୱାର୍ଡ ଅଧିକାରୀ ମାନଙ୍କ ଯାଞ୍ଚ ସମୟରେ ଏହି ଟଙ୍କାକୁ ଜବତ କରାଯାଇଥିବା ସୂଚନା ମିଳିଛି ।

ତୃତୀୟ ପର୍ଯ୍ୟାୟରେ ଢେଙ୍କାନାଳରେ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ସ୍ପେଶାଲ ଫ୍ଲାଇଂ ସ୍କ୍ୱାର୍ଡ ପକ୍ଷରୁ ଯାଞ୍ଚକୁ ଜୋରଦାର କରାଯାଉଛି । ନିର୍ବାଚନକୁ ମୁକ୍ତ ଓ ଅବାଧ ରୂପେ କରିବାକୁ ଏଭଳି ଯାଞ୍ଚ ଆରମ୍ଭ କରାଯାଇଛି । ଆସନ୍ତା ୨୩ ତାରିଖରେ ତୃତୀୟ ପର୍ଯ୍ୟାୟରେ ତେଙ୍କାନାଳ ଲୋକସଭା ଏହା ଅର୍ନ୍ତଗତ ଥିବା ୭ ବିଧାନସଭାରେ ମଧ୍ୟ ଭୋଟଗ୍ରହଣ ହେବ ।