ବନ୍ଧା ହେଲେ ୪ ନକଲି ନକ୍ସଲ । ମାଓବାଦୀ ନାଁରେ କରୁଥିଲେ ଚାନ୍ଦା ଆଦାୟ

68

କନକ ବ୍ୟୁରୋ: ବନ୍ଧା ହେଲେ ୪ ନକଲି ନକ୍ସଲ । ମାଓବାଦୀ ପରିଚୟ ଦେଇ ବିଭିନ୍ନ ସମୟରେ ବଡ ବଡ ବ୍ୟବସାୟୀଙ୍କ ଠାରୁ ଚାନ୍ଦା ଆଦାୟ କରୁଥିବା ମାମଲାରେ ରାୟଗଡା ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଉଛନ୍ତି, ବଳରାମ ନାୟକ, ଭପ୍ତ ନାୟକ, ରମେଶ ନାୟର ଓ ବେଳକଦାସ ନାୟକ । ଏମାନେ ସମସ୍ତେ କାଶିପୁର ଥାନା ଅନ୍ତର୍ଗତ ବିଭିନ୍ନ ଗାଁର ବୋଲି ଜଣାପଡିଛି । ଗିରଫ ବ୍ୟକ୍ତିଙ୍କ ଠାରୁ ୧ ଲକ୍ଷ ୮୭ ହଜାର ଟଙ୍କା, ୫ଟି ମୋବାଇଲ ଏବଂ ୩ଟି ମଟର ସାଇକେଲ ଜବତ କରାଯାଇଛି ।

ସୂଚନା ମୁତାବକ, ମାଓବାଦୀଙ୍କ ନାଁରେ ଚାନ୍ଦା ଆଦାୟ କରୁଥିବା ୪ ଜଣ ଯୁବକଙ୍କୁ ଗିରଫ କରିଛି ରାୟଗଡା ପୁଲିସ୍। ଗିରଫ ଅଭିଯୁକ୍ତମାନଙ୍କ ଘର କାଶୀପୁର ଥାନା ଅଞ୍ଚଳରେ। ପୁଲିସ୍ ଅଭିଯୁକ୍ତଙ୍କ ନିକଟରୁ ୧ ଲକ୍ଷ ୮୭ ହଜାର ଟଙ୍କା, ୩ଟି ବାଇକ୍, ୫ଟି ମୋବାଇଲ୍ ଓ ନକ୍ସଲ ପୋଷ୍ଟର୍ ଜବତ କରିଛି। ଗିରଫ ପରେ ସମସ୍ତଙ୍କୁ କୋର୍ଟଚାଲାଣ କରିଛି ପୁଲିସ୍। ଦୀର୍ଘ ୬ ମାସ ହେଲା ଏମାନେ କାଶୀପୁର ବ୍ଲକରେ ମାଓବାଦୀଙ୍କ ନାଁରେ ନକଲି ପୋଷ୍ଟର ମାରି ବେଆଇନ ଭାବେ ଚାନ୍ଦା ଆଦାୟ କରି ଆସୁଥିବା ପୁଲିସ୍ କହିଛି।