ରାଉରକେଲା ଆଇଜିଏଚ୍ ହସ୍ପିଟାଲରେ ଅଭାବନୀୟ ଘଟଣା ! ଅଧଘଂଟା ଧରି ଲିପ୍ଟରେ ଫସିଲେ ୪ ଡ଼ାକ୍ତର

15

କନକ ବ୍ୟୁରୋ: ଅଧଘଂଟା ଧରି ଲିପ୍ଟରେ ଫସିଲେ ଡ଼ାକ୍ତର । ରାଉରକେଲା ଆଇଜିଏଚ୍ ହସ୍ପିଟାଲରେ ଲିପ୍ଟ ଖରାପ ହେଇଯିବା ଯୋଗୁଁ ଫସି ରହିଥିଲେ ୪ ଜଣ ଡାକ୍ତର । ଆଜି ସକାଳ ସାଢେ ୮ଟାରୁ ପ୍ରାୟ ୯ଟା ଯାଏଁ ଲିଫ୍ଟ ଭିତରେ ଫଶି ରହିଥିଲେ ଡାକ୍ତର । ଫଳରେ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।

ହସ୍ପିଟାଲ କର୍ମଚାରୀଙ୍କ କୈାଶଳ କ୍ରମେ ସେମାନଙ୍କୁ ଉଦ୍ଧାର କରିଛନ୍ତି । ପ୍ରଶ୍ନ ଉଠୁଛି ଯଦି ଡ଼ାକ୍ତରଙ୍କ ବ୍ୟତିତ କୌଣସି ଜରୁରୀ କାଳିନ ରୋଗୀ ଫସି ରହିଥାଆନ୍ତେ ତେବେ କଣ ହୋଇଥାନ୍ତା ତାଙ୍କ ଅବସ୍ଥା । ୫୦ ବର୍ଷ ତଳର ଏହି ପୁରୁଣା ହସ୍ପିଟାଲର ରକ୍ଷଣବେକ୍ଷଣା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।