ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ୪ ଜଣଙ୍କ ମୃତ୍ୟୁ

26

କନକ ବ୍ୟୁରୋ : ବଜ୍ରାଘାତର ବିତ୍ପାତ । ପୁଣି ପ୍ରାଣନେଲା ବିଜୁଳି । ଆଜି ସନ୍ଧ୍ୟାରେ ପୁଣି ବଜ୍ରାଘାତର ଚଡକ ପଡିଛି । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଆହତ ହୋଇଛନ୍ତି । ଜଗତସିଂହପୁର, ଆଠଗଡ, ବଲାଙ୍ଗିର ଓ ରାଜଧାନୀ ଭୁବନେଶ୍ୱରରେ ୪ ଜଣଙ୍କ ବଜ୍ରାଘାତ ଯୋଗୁଁ ମୃତ୍ୟୁ ହୋଇଛି । ତେବେ ଗତ ତିନି ଦିନ ହେଲା ବଜ୍ରାଘାତର ବିତ୍ପାତ ଜାରି ରହିଛି ।

ଏହା ସହ ତିନି ଦିନ ଭିତରେ ବଜ୍ରାଘାତ ନେଲା ୫୨ ଜଣଙ୍କ ଜୀବନ