ମହାନଦୀରୁ ମିଳିଲା ପୁରା ପରିବାରର ମୃତଦେହ । ପାରାଦୀପ କୁଜଙ୍ଗ ଜଗନ୍ନାଥପୁର ନିକଟରେ ଗୋଟିଏ ପରିବାରର ମାଆ, ୨ ଝିଅ ଓ ପୁଅର ଶବ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

101

କନକ ବ୍ୟୁରୋ: ମହାନଦୀରେ ଭାସୁଛି ଶବ । ପାରାଦୀପ କୁଜଙ୍ଗ ଜଗନ୍ନାଥ ପୁର ମହାନଦୀ ନିକଟରୁ ଚାରୋଟି ମୃତଦେହ ଉଦ୍ଧାର ହୋଇଛି । ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମାଆ, ୨ ଝିଅ ଓ ଗୋଟିଏ ପୁଅର ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଜଣାପଡିନାହିଁ । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି ।

ସୂଚନା ମୁତାବକ, ଆଜି ଅପରାହ୍ନରେ କୁଜଙ୍ଗସ୍ଥିତ ଜଗନ୍ନାଥପୁର ଶନିମନ୍ଦିର ନିକଟରେ ଥିବା ମହାନଦୀରେ ଚାରିଟି ମୃତଦେହ ଭାସୁଥିବାର ସ୍ଥାନୀୟଲୋକ ଦେଖିବାକୁ ପାଇଥିଲେ । ଏହାପରେ ପୁଲିସ ଓ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପାଣିରୁ ବାହାରକୁ ଆଣିଥିଲେ।
ସ୍ଥାନୀୟଲୋକଙ୍କ କହିବାନୁସାରେ, ଏହି ମାଆ, ଝିଅ ଓ ପୁଅ ଗତକାଲି ଅପରାହ୍ନ ୧୨ଟା ପରଠାରୁ ଘରେ ନ ଥିଲେ। ରାତିରେ ବି ଘରକୁ ନ ଫେରିବାରୁ ସେମାନେ କେଉଁ ସମ୍ପର୍କୀୟଙ୍କ ଘରକୁ ଯାଇଛନ୍ତି ବୋଲି ଗ୍ରାମବାସୀ ଭାବିଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ, କିଛଦିନ ତଳେ ମୃତକଙ୍କ ପିତା ଡିୟୁଟି ଯାଉଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଚାରିଦିନ ଡାକ୍ତରଖାନାରେ ରହିବାପରେ ତାଙ୍କର ମୃତ୍ୟୁ ହରାଇଥିଲା। ଏହାପରେ ଗ୍ରାମବାସୀ ରାସ୍ତାରୋକ କରିଥିଲେ। ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଦିଆଯାଇଥିଲା। ତେବେ ଏହି ମାଆ, ପୁଅ ଓ ଝିଅଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣା ଯାଞ୍ଚ ଆରମ୍ଭ କରି ଦେଇଛି।