ବନ୍ଧୁ ସାଜିଲା ବଇରୀ । ସାଥୀ ଯବାନଙ୍କ ଗୁଳିରେ ଗଲା ୪ ଯବାନଙ୍କ ଜୀବନ, ଅଭିଯୁକ୍ତକୁ ଗିରଫ କଲା ପୋଲିସ

61

କନକ ବ୍ୟୁରୋ : ବନ୍ଧୁ ସାଜିଲା ବଇରୀ । ସାଥୀ ଯବାନଙ୍କ ଗୁଳିରେ ଗଲା ୪ ଯବାନଙ୍କ ଜୀବନ । ଛତିଶଗଡ ବିଜାପୁର ବାସାଗୁଡା ସିଆରପିଏଫ୍ କ୍ୟାମ୍ପରେ ଘଟିଛି ଏହି ଅଘଟଣ । କ୍ୟାମ୍ପରେ ବ୍ୟକ୍ତିଗତ କାରଣକୁ ନେଇ ସନ୍ତରାମ ନାମକ ଜଣେ ଯବାନ, ସାଥୀ ଯବାନଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ । ଏଥିରେ ଘଟଣାସ୍ଥଳରେ ହିଁ ୪ଜଣ ଯବାନଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଆହତ ହୋଇଛନ୍ତି ।

ମୃତ୍ୟୁ ହୋଇଥିବା ଯବାନଙ୍କ ମଧ୍ୟରେ ଦୁଇ ଜଣ ଏସଆଇ ଥିବାବେଳେ ଆଉ ଦୁଇ ଜଣ ଏଏସଆଇ ବୋଲି ଜଣାପଡିଛି । ଗୁଳି କରିଥିବା ଯବାନ ସନ୍ତରାମଙ୍କୁ ପୁଲିସ ଗିରଫ କରିଛି । ତେବେ କଣ ପାଇଁ ସନ୍ତରାମ ସାଥୀ ଯବାନକୁ ଗୁଳି କଲେ ସେ ନେଇ ତଦନ୍ତ ଚାଲିଛି ବୋଲି ସୂଚନା ଦେଇଛନ୍ତି ବସ୍ତର ଡିଆଇଜି ।