ପୋଲସରାରୁ ଆସିଲା ହୃଦୟବିଦାରକ ଖବର । ପାଳଗଦାରେ ନିଆଁ ଲାଗି ଜଳିଗଲେ ୪ ଶିଶୁ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଶିଶୁଙ୍କ ଶରୀରର ୮୦ % ପୋଡିଯାଇଥିବା ସୂଚନା
କନକ ବ୍ୟୁରୋ: ପାଳଗଦାରେ ନିଆଁ ଲାଗି ଜଳିଗଲେ ୪ ଶିଶୁ । ୩ ପୁଅ ସହ ଜଣେ ଝିଅ ଗୁରୁତର । ତେବେ ଶିଶୁଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଭାଗ ପୋଡିଯାଇଥିବା ବେଳେ ସମସ୍ତ ଗୁରୁତରଙ୍କୁ ପୋଲସରା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ପାଳଗଦାରେ ଖେଳୁଥିବା ବେଳେ ନିଆଁ ଲାଗିଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ଗଂଜାମ ଜିଲ୍ଲା ପୋଲସରା ଥାନା ଖରିଛଟା ଗାଁରେ ଏଭଳି ଏକ ହୃଦୟବିଦାରକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଖରିଛଟା ଗାଁର ୪ ଜଣ ଶିଶୁ ଜିଅନ୍ତା ଜଳିଯାଇଛନ୍ତି । ନିଆଁରେ ଜଳି ଏହି ଚାରି ଶିଶୁଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଭାଗ ପୋଡି ଯାଇଥିବା ସୂଚନା ମିଳିଛି । ତେବେ ଖଳାରେ ଥିବା ପାଳଗଦା ନିକଟରେ ଖେଳୁଥିବା ସମୟରେ ହଠାତ୍ କୌଣସି କାରଣରୁ ପାଳଗଦାଟିରେ ନିଆଁ ଲାଗି ଯାଇଥିଲା । ଫଳରେ ଶିଶୁମାନେ ଏହି ନିଆଁ ସଂସ୍ପର୍ଶରେ ଚାଲିଆସିଥିଲେ ।ସେମାନଙ୍କ ଚିକ୍ରାର ଶୁଣି ଗାଁଲୋକେ ପହଂଚି ସେମାନଙ୍କୁ ଉଦ୍ଧାର କରିବା ସହ ତୁରନ୍ତ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।
ତେବେ ନିଆଁ ଲାଗି ଏହି ୪ ଶିଶୁଙ୍କ ଶରୀରର ଅଶିପ୍ରତିଶତ ଅଂଶ ପୋଡିଯାଇଥିବା ବେଳେ ଅବସ୍ଥା ଅତି ସଙ୍କଟାପନ୍ନ ରହିଥିବା ଜଣାପଡିଛି । ଯେଉଁ ସମୟରେ ଏହି ଘଟଣାଟି ଘଟିଲା ସେହି ସମୟରେ ଧାନଖଳାରେ କେହି ମଧ୍ୟ ନଥିବା ବେଳେ କିଛି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସେମାନଙ୍କୁ ଡାକ୍ତରଖାନା ଅଣାଯାଇଥିଲା ।