ପଦାକୁ ଆସିଲେ ନେପଥ୍ୟ ନାୟକ : ଅପରେସନ ବ୍ଳାକ ସ୍ପଟରେ କନକ ନ୍ୟୁଜର ଆଉ ଏକ ମହାଖୁଲାସା

37

ଅପରେସନ୍ ବ୍ଲାକ୍ ସ୍ପଟ୍ । ଶିଳ୍ପ ପ୍ରତିଷ୍ଠା ପାଇଁ ବିଧାୟକ ମାଗୁଛନ୍ତି ଲାଂଚ । କନକ ନ୍ୟୁଜରେ ଏହି ଖବର ପ୍ରସାରଣ ହେବା ପରେ ଚିିହିଁକି ଉଠିଛନ୍ତି ସରକାର । ଆରମ୍ଭ ହୋଇଛି ଭିଜିଲାନ୍ସ ତଦନ୍ତ । ତଦନ୍ତକାରୀଙ୍କ ଫୋକସରେ ରହିଛି ଅପରେସନ୍ କରିଥିବା ସଂସ୍ଥା ଲିକିଂ ଡଙ୍କ୍ ଇନ୍ ଉପରେ । ପ୍ରଥମ ଦଫାରେ ସଂସ୍ଥାର ଜଣେ ସଦସ୍ୟଙ୍କ ଘର ଉପରେ ଚଢାଉ କରିଛି । ତେବେ ସଂସ୍ଥାର ସେହି ସଦସ୍ୟ କନକ ନ୍ୟୁଜକୁ ଫୋନ୍ ଯୋଗେ ଯେଉଁ ବୟାନ୍ ଦେଇଛନ୍ତି , ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ କହିଛନ୍ତି ଡିଲ୍ ନେଇ ଆଲୋଚନା ପରେ ବିଧାୟକଙ୍କ ତରଫରୁ ବାରମ୍ବାର କଲ୍ ଆସିଥିଲା । ଆଉ ଏ ଦୌଡରେ ଆଗରେ ଥିଲେ ବିଧାୟକ ଅନାମ ନାୟକ ।
କେବଳ ସେତିକି ନୁହେଁ ଏହି ବିଧାୟକ ମାନେ ମାଗଣାରେ ଜମ୍ମୁ – କଶ୍ମୀର ବୁଲି ଆସିବାକୁ ବି ମନ ବଳାଇଥିଲେ । ଫ୍ଲାଇଟ୍ ଟିକେଟ୍ ସହ ଦିଲ୍ଲୀରେ ଷ୍ଟାର୍ ହେଟେଲରେ ରହିବାକୁ ମଧ୍ୟ ଇଚ୍ଛା କରିଥିଲେ।

ତେବେ ଭିଜିଲାନ୍ସକୁ ତଦନ୍ତରେ ସହଯୋଗ ନକରି କୁଆଡେ ଗଲେ ଲିକିଂ ଡଟ୍ ଇନର ସଦସ୍ୟ । ତଦନ୍ତ ଭୟରେ ସେ କଣ ଫେରାର୍ ହୋଇଯାଇଛନ୍ତି କି । ଏହି ପ୍ରଶ୍ନର ଉତ୍ତର ସେ ରଖିଛନ୍ତି । କହିଛନ୍ତି ଭିଜିଲାନ୍ସ ମୋତେ ନଡାକି, ଘରେ ରେଡ୍ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ଦୁର୍ନୀତି ବିରୋଧରେ ଅନୁସନ୍ଧାନ ମୂଳକ ରିପୋର୍ଟ ହେଲା – ଅପରେସନ୍ ବ୍ଲାକ୍ ସ୍ପଙ୍କ୍ । ତେବେ ଦୁର୍ନୀତିଖୋର୍ ନେତାଙ୍କ ପାଖରେ ନ ପହଂଚି ଅନୁସନ୍ଧାନକାରୀଙ୍କ ଘରେ ଖାନ ତଲାସୀ କରିବା କେତେ ଯୁକ୍ତିଯୁକ୍ତ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।