ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣା : ମେଡିକାଲ୍ ସୁପରିଟେଣ୍ଡଣ୍ଟଙ୍କ ସହ ୪ ଗିରଫ

41

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ୍ । କେନ୍ଦ୍ରୀୟ ରେଂଜ ଫାୟାର ଅଫିସର ବ୍ରଜେନ୍ଦ୍ର ଭୂଷଣ ଦାସଙ୍କ ଅଭିଯୋଗ ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ମିଳିଛି ।

ମେଡିକାଲ୍ ସୁପରିଟେଣ୍ଡେଂଟ ପୁଷ୍ପରାଜ ସାମନ୍ତସିଂହାର, ଇଲେକ୍ଟ୍ରିକାଲ ମେଂଟେନାନ୍ସ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅମୂଲ୍ୟ ସାହୁ, ଫାୟାର ସେଫ୍ଟି ଅଫିସର ସନ୍ତୋଷ ଦାସ ଓ ଇଲେକ୍ଟ୍ରିକାଲ ମେଂଟେନାନ୍ସ କନିଷ୍ଠ ଯନ୍ତ୍ରୀ ମଳୟ କୁମାର ସାହୁଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇ ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।