ବରଗଡ ଛାତ୍ରୀଙ୍କ ଅସଦାଚରଣର ଭିଡ଼ିଓ ଭାଇରାଲ ମାମଲା ! ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ, ଅନ୍ୟ ଅଭିଯୁକ୍ତ ଏବେ ବି ଫେରାର

48

କନକ ବ୍ୟୁରୋ : ବିଚ୍ ରାସ୍ତାରେ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପଦ୍ମପୁର ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ୪ ଅଭିଯୁକ୍ତଙ୍କୁ ପାଇକମାଳର ଗୋଖୁରାମୁଣ୍ଡାରୁ ଗିରଫ କରିଛି ପୋଲିସ । ଗତକାଲି ମଝି ରାସ୍ତାରେ ଛାତ୍ରୀଙ୍କୁ ଅସଦାଚରଣ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସର ନିଦ ଭାଙ୍ଗିଥିଲା । ବରଗଡ ପୁଲିସ ନିଜ ଆଡୁ ପାଇକମାଳ ଥାନାରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।

ଗତକାଲି ବିଚ୍ ରାସ୍ତାରେ ଜଣେ ଛାତ୍ରୀଙ୍କୁ କିଛି ଯୁବକ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଟଣା ଓଟରା କରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏବଂ ଭିଡିଓର ପାରିପାଶ୍ୱର୍କ ସ୍ଥିତିରୁ ଏହା ବରଗଡର ବୋଲି ଜଣାପଡିଥିଲା । ଯାହାକୁ ନେଇ ସାରା ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିଲା । ଦିନ ଦ୍ୱିପ୍ରହରରେ ଯେଉଁଭଳି ଭାବେ ଛାତ୍ରୀ ଜଣକ ଅସଦାଚରଣର ଶିକାର ହେଲେ ତାହା ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।