ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ : ଆରମ୍ଭ ହେଲା ଭୋଟ ଗଣତି

46

କନକ ବ୍ୟୁରୋ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ୩୦ଟି ଜିଲ୍ଲାର ୬୫ ବ୍ଲକରେ ଶେଷ ହୋଇଛି ମତଦାନ । ଚଳିତ ପର୍ଯ୍ୟାୟରେ ମୋଟ ୧୭୫ଟି ଜିଲ୍ଲା ପରିଷଦ, ୧୩୯୪ ସରପଂଚ ଓ ସମିତି ସଭ୍ୟଙ୍କ ପାଇଁ ଭୋଟିଂ ହୋଇଥିଲା । ଏହି ୧୩୯୪ ଗ୍ରାମ ପଂଚାୟତର ୧୮ ହଜାର ୮୫୯ ୱାର୍ଡରେ ମତ ଗ୍ରହଣ କରାଯାଇଛି । ମୋଟ ୫୩ ଲକ୍ଷ ୨୩ ହଜାର ୯୯୩ ଭୋଟର ମତଦାନରେ ସାମିଲ ହୋଇଛନ୍ତି । ସକାଳ ୭ଟାରୁ ୧୨ଟା ଯାଏଁ ହୋଇଥିଲା ଭୋଟିଂ ।

ତେବେ ଅପରାହଣ ଗୋଟାଏରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । କୋରାପୁଟର ବରିଗୁମ୍ମା, ପଟାଙ୍ଗ ଓ ନାରାୟଣପାଟଣାରେ ଭୋଟ ଗଣତି ପାଇଁ ଭୋଟବାକ୍ସ ଖୋଲା ଆରମ୍ଭ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-