ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ହୋଟେଲ୍ ଆଣ୍ଡ ରେଷ୍ଟୁରାଂଟ୍ ଆସୋସିଏସନ ଅଫ୍ ଓଡିଶା ପକ୍ଷରୁ ମାନସ ମନ୍ଥନ । ଲୋକେ ଚାହିଁଲେ ଏହା ସମ୍ଭବ ବୋଲି କହିଲେ ସାଂସଦ ସୌମ୍ୟରଂଜନ

44

କନକ ବ୍ୟୁରୋ: ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଓ ଏହାର ଉନ୍ନତି ପାଇଁ କଣ ପଦକ୍ଷେପ ନିଆଯାଇପାରେ ସେନେଇ ବିସ୍ତୃତ ଆଲୋଚନା କରାଯାଇଛି । ହୋଟେଲ୍ ଆଣ୍ଡ ରେଷ୍ଟୁରାଂଟ୍ ଆସୋସିଏସନ ଅଫ୍ ଓଡିଶା ପକ୍ଷରୁ ତୃତୀୟ ଟୁରିଜିମ୍ କନକ୍ଲେଭରେ ଏନେଇ ହୋଇଛି ମାନସ ମନ୍ଥନ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଥିବା ବେଳେ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ, ଗୃହସଚିବ ଅସିତ ତ୍ରିପାଠୀ, ପର୍ଯ୍ୟଟନ ସଚିବ ବିଶାଳ ଦେବ, ଏଚଆରଏଓ ସଂପାଦକ ଜେକେ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

ଓଡିଶା ପ୍ରାରୃତିକ ସୌନ୍ଦର୍ଯ୍ୟରେ ଭରପୁର ଏବଂ ସରକାର ଓ ଲୋକେ ମିଳିତ ଭାବେ ଚାହିଁଲେ ଏହାର ବିକାଶ ହୋଇପାରିବ ବୋଲି ସାଂସଦ ସୌମ୍ୟରଂଜନ କହିଛନ୍ତି । ପରିମଳ ଓ ରାସ୍ତକଡ ଶୌଚାଳୟ ବ୍ୟବସ୍ଥାକୁ ଗୁରୁତ୍ୱ ଦେଲେ ପଥଚାରୀ ଲାଭବାନ ହେବେ ବୋଲି ସେ ମତ ଦେଇଛନ୍ତି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି ଏବଂ ଉନ୍ନତମାନର ହୋଟେଲ ନିର୍ମାଣ ପାଇଁ ସରକାର ସମସ୍ତ ପ୍ରକାର ସୁଯୋଗ ସୁବିଧା ବ୍ୟବସାୟୀଙ୍କୁ ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ବିଭାଗୀୟ ସଚିବ ବିଶାଳ ଦେବ କହିଛନ୍ତି । ଓଡିଶାର ପର୍ଯ୍ୟଟନ ସ୍ଥଳୀର ବ୍ରାଂଡି କରିବା ନେଇ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।