ଦୀପାବଳୀ ଉପଲକ୍ଷେ ଏକା ସାଙ୍ଗରେ ଜଳିବ ୩ ଲକ୍ଷ ଦୀପ । ଜାଣନ୍ତୁ କେଉଁଠାରେ ଆୟୋଜିତ ହେଉଛି ଏପରି କାର୍ଯ୍ୟକ୍ରମ

ଦୀପାବଳୀ ପାଇଁ ସାରା ଦେଶରେ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି

173

କନକ ବ୍ୟୁରୋ : ଦୀପାବଳୀ ପାଇଁ ସାରା ଦେଶରେ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ତେବେ ମିଳିଥିବା ସୂଚନା ଅନୁସାରେ, ବିଭିନ୍ନ ରାଜ୍ୟରେ ଅନେକ ପ୍ରକାର କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ମିଳିଛି । ପୁରାଣ ଶାସ୍ତ୍ର ଅନୁସାରେ, ଶ୍ରୀରାମ ଏହି ଦିନ ଅଯୋଧ୍ୟାକୁ ଫେରିଥିଲେ । ତେଣୁ ତାଙ୍କୁ ସ୍ୱାଗତ କରିବା ପାଇଁ ଲୋକମାନେ ନିଜନିଜର ଘର ଆଗରେ ଦୀପଦାନ କରିଥିଲେ । ତେଣୁ ସେହି ଦିନକୁ ମନେ ରଖିବା ପାଇଁ ଏପରି ଦୀପ କରାଯାଉଥିବା ଜଣାପଡିଛିା କେବଳ ଅଯୋଧ୍ୟାରେ ଏଥର ଦୀପୋତ୍ସବରେ ୩ ଲକ୍ଷରୁ ଊର୍ଦ୍ଧ୍ବ ଦୀପ ଜଳିବ।

 

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମେ ଏକ ସ୍ବତନ୍ତ୍ର ଦୀପ ଲଗାଇବେ। ଏହାପରେ ପାଖାପାଖି ୫,୦୦୦ ସ୍ବେଚ୍ଛାସେବୀ ଅଯୋଧ୍ୟାରେ ୩ ଲକ୍ଷରୁ ଊର୍ଦ୍ଧ୍ବ ଦୀପ ଲଗାଇବେ। ଦୀପୋତ୍ସବରେ ଏଥର ଯୋଗ ଦେବେ କୋରିଆର ପ୍ରଥମ ମହିଳା କିମ୍ ଜଙ୍ଗ ସୁକ୍। ଆଜି ଚୌଧୁରୀ ଚରଣ ସିଂହ ଆନ୍ତର୍ଜାତୀୟ ବିମାନ ବନ୍ଦରରେ କୋରିଆର ପ୍ରଥମ ମହିଳା କିମ୍ ଜଙ୍ଗ ସୁକ୍ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ରାଜ୍ୟର ଅନ୍ୟ ମନ୍ତ୍ରୀମାନେ।