ମହିଳାଙ୍କୁ ନେଇ ରାଜ୍ୟପାଳ ଦେଲେ ବିବାଦୀୟ ମନ୍ତବ୍ୟ ! କହିଲେ, ସୌନ୍ଦର୍ଯ୍ୟ ପାଇଁ ସହରାଂଚଳରେ ସ୍ତନ୍ୟପାନ କରାଉନାହାଁନ୍ତି ମହିଳା ।

26

ପିଲାମାନଙ୍କୁ ମା’ ସ୍ତନ୍ୟପାନ କରାଇବା ଦ୍ୱାରା ଶରୀରର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବାରୁୂ ସହରାଚଂଳର ମା’ ମାନେ ଆଉ ସ୍ତନ୍ୟପାନ କରୁନାହାନ୍ତି । ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦି ବୈନଙ୍କ ଏହି ମନ୍ତବ୍ୟ ପରେ ଅନେକ ପ୍ରଶ୍ନ ଉଠିଛି । ବାସ୍ତବିକ ମା’ ମାନେ ପିଲାମାନଙ୍କୁ ସ୍ତନ୍ୟପାନ କରାଇବା ଉଚିତ କି ନୁହେଁ । ସାମାଜିକ କର୍ମୀଙ୍କ ମତରେ ରାଜ୍ୟପାଳ ଜଣେ ମହିଳା ହୋଇ ମହିଳାଙ୍କ ଶରୀରକୁ ନେଇ ଚର୍ଚ୍ଚା କରିବା ଉଚିତ ନୁହେଁ । ଡାକ୍ତର କହିଛନ୍ତି ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ।

ନିଜ ପିଲାମାନଙ୍କୁ ମା ସ୍ତନ୍ୟପାନ କରାଇବା ଉଚିତ କି ନୁହେଁ ଏବେ ସେ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦି ବୈନ ଇନ୍ଦୋରରେ ଏକ ଅଙ୍ଗନୱାଡି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ ସହରାଚଂଳରେ ମହିଳାମାନେ ପିଲାମାନଙ୍କୁ ସ୍ତନ୍ୟ ପାନ କରିବାକୁ ପସନ୍ଦ କରୁନାହାନ୍ତି । ସେମାନଙ୍କ ଶରୀରର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବା ଅନୁଭବ କରି ମହିଳାମାନେ ଏହା କରୁନଥିବା ରାଜ୍ୟପାଳ କହିଥିଲେ ।

ଅନ୍ୟପକ୍ଷରେ ରାଜ୍ୟପାଳଙ୍କ ଏହି ଉକ୍ତି ସହିତ ସହ ଏକମତ ନୁହଁନ୍ତି ସାମାଜିକ କର୍ମୀ ଏବଂ ଡାକ୍ତର । ସାମାଜିକ କର୍ମୀ  କହଛନ୍ତି ଏପରି ମନ୍ତବ୍ୟ ଅତ୍ୟନ୍ତ ଅରୁଚିକର । ଜଣେ ମହିଳା ତାର ପିଲାମାନଙ୍କୁ ସ୍ତନ୍ୟ ପାନ କରାଇବାରେ କୌଣସି ଅଶ୍ଲିଳତା ନାହିଁ । ଜଣେ ମହିଳା ହୋଇ ମହିଳାଙ୍କ ଶରୀରକୁ ନେଇ ଚର୍ଚ୍ଚା କରିବା ଉଚିତ ନୁହେଁ । ଡାକ୍ତରଙ୍କ ମତରେ ପିଲାମାନଙ୍କୁ ସ୍ତନ୍ୟପାନ କରାଇବା ଏକ ସ୍ୱାଭାବିକ ପ୍ରକ୍ରିୟା । ସମସ୍ତେ ମେଡିକାଲ ସାଇନ୍ସକୁ ବୁଝିବା ଦରକାର ।

ମା କ୍ଷୀରରେ ସମସ୍ତ ଗୁଣାତ୍ମକ ଖାଦ୍ୟ ରହୁଥିବାରୁ ଡାକ୍ତର ମଧ୍ୟ ପରାମର୍ଶ ଦିଅନ୍ତି ଏହାକୁ ପିଲାମାନଙ୍କୁ ଦେବା ପାଇଁ । ତେବେ ମଧ୍ୟପ୍ରଦେଶ ରାଜ୍ୟପାଳଙ୍କ ଏପରି ମନ୍ତବ୍ୟ ଏବେ ନୂଆ ବିବାଦ ତିଆରି କରିଛି ।