ଟାଟୁ ନୁହେଁ ଏବେ ୩ଡ଼ି ଟାଟୁର କ୍ରେଜ୍ : ଆର୍କଷଣୀୟ ଛବି ଆଙ୍କିବାକୁ କଟକ ପ୍ରେମ ପାର୍ଲରରେ ପ୍ରବଳ ଭିଡ

142

କନକ ବ୍ୟୁରୋ : ଆଗ କାଳରେ ଶରୀରରେ ଚିତା କୁଟାଉଥିବଲେ ଯାହା ଏବେ ଟାଟୁର ରୂପ ନେଇଛି । ଆଜିକାଲିର ଯୁବପିଢ଼ିଙ୍କ ମଧ୍ୟରେ ଟାଟୁ କରିବା ଫ୍ୟାସନ ଟ୍ରେଣ୍ଡ ପାଲିଟିଛି। ନିଜକୁ ଷ୍ଟାଇଲିସ୍ ଏବଂ ସ୍ୱତନ୍ତ୍ର ଦେଖାଇବା ପାଇଁ ଏବେ ବହୁ ଯୁବକ-ଯୁବତୀ ଶରୀରର ବିଭିନ୍ନ ଅଂଶରେ ଟାଟୁ କରୁଛନ୍ତି । ତେବେ କେବଳ ଟାଟୁ କହିଲେ ହେବ ନାହିଁ ଏବେ ୩ଡ଼ି ଟାଟୁରୁ କ୍ରେଜ ଚାଲିଛି । ପୂର୍ବରୁ କେବଳ କିଛି ବର୍ଗର ବ୍ୟକ୍ତି ଟାଟୁ କରିବାର ନିୟମ ରହିଥିବା ବେଳେ ବର୍ତ୍ତମାନ ସେଭଳି କିଛି ନିୟମ ନାହିଁ । ଯୁବପିଢ଼ିଙ୍କ ମଧ୍ୟରେ ଟାଟୁର ଚାହିଦା ବଢ଼ିବା ସହ ବଜାରରେ ଟାଟୁ ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି । ବିନା କୌଣସି ଯନ୍ତ୍ରଣା ଶରୀରରେ ସୁନ୍ଦର ଆର୍କଷଣୀୟ ଛବି ଆଙ୍କିବାକୁ ଏବେ କଟକ ପ୍ରେମ ପାର୍ଲରରେ ବେଶ ଭିଡ ।

ଯୁବପୀଢ଼ିଙ୍କ ମଧ୍ୟରେ ଦିନକୁ ଦିନ ବଢ଼ୁଛି ୩ଡ଼ି ଟାଟୁର ଟ୍ରେଣ୍ଡ । କଟକର ପ୍ରେମ ପାର୍ଲର ଏବେ ୩ଡ଼ି ଟାଟୁ ତିଆରି ପାଇଁ ଲୋକପ୍ରିୟ ହେବାରେ ଲାଗିଛି । ମାତ୍ର ୧୫ ମିନିଟ ମଧ୍ୟରେ ଆପଣ ଚାହୁଁଥିବା ମନ ମୁତାବକ ଡିଜାଇନର ଟାଟୁ ଆପଣଙ୍କ ଦେହରେ ତିଆରି ହୋଇଯାଉଛି । ଆପଣ ଚାହିଁଲେ ନିଜ ପ୍ରିୟଜନଙ୍କ ଛବି ମଧ୍ୟ ଟାଟୁ ଆକାରରେ ଶରୀରରେ ଆଙ୍କି ପାରିବେ । କଟକ ଦରଘାବଜାରର ପ୍ରେମଙ୍କ ପାର୍ଲରରେ କଲର ପ୍ଲସ ଠାରୁ ଆରମ୍ଭ କରି ୩ଡି ଟାଟୁ ଆଙ୍କିବାର ଦାମ ୫୦୦ ରୁ ଆରମ୍ଭ କରି ୩୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସବୁଠାରୁ ବଡ କଥା ହେଉଛି ଏହି ୩ଡି ଟାଟୁକୁ ଦେଖିଲେ ପୁରା ବାସ୍ତବିକ ପରି ମନେ ହେଉଛି । ଏହା ସାରା ଜୀବନ ପାଇଁ ଶରୀରରେ ରହିବ ।

ପୂର୍ବରୁ କଟକର ଟାଟୁ ଆର୍ଟିଷ୍ଟ ପ୍ରେମ ଫାୟାର ହେୟାର କଟିଂ ପାଇଁ ଆସିଥିଲେ ଚର୍ଚ୍ଚାକୁ । ଚୁଟିରେ ନିଆଁ ଲଗାଇ ଚୁଟି କଟା ହେଉଥବା ଦେଖିବାକୁ ତାଙ୍କ ପାର୍ଲରେ ଭିଡ ଜମେ । ଏବେ ପୁଣି ଏହି ୩ଡି ଟାଟୁ ଆଙ୍କିବା ପାଇଁ ତାଙ୍କ ପାଖରେ ଯୁବପୀଢିଙ୍କ ବେଶ ଭିଡ । ପ୍ରେମଙ୍କ ଠାରୁ ଏହି ଟାଟୁ ତିଆରି କଳା ଦେଖିବା ପରେ ଅନେକ ଯୁବକ ତାଙ୍କ ଠାରୁ ଟ୍ରେନିଂ ମଧ୍ୟ ଦେଉଛନ୍ତି । ପ୍ରେମ କହନ୍ତି କଟକ ବଜାରରେ ଏହି ୩ଡି ଟାଟୁର ଭାରି ଡିମାଣ୍ଡ ରହିଛି । ଭୁବନେଶ୍ୱର କେନ୍ଦ୍ରାପଡା ଜଗତସିଂପୁରରୁ ପିଲା ମଧ୍ୟ ଆସି ଏଠାରେ ୩ଡିଟାଟୁ ଆଙ୍କୁଛନ୍ତି ।

ଏବେ ୩ଡି ଟାଟୁକୁ ନେଇ କଟକର ପ୍ରେମ ପାର୍ଲର ଚର୍ଚ୍ଚାରେ । ତେବେ ଯୁବପୀଢିଙ୍କ ମଧ୍ୟରେ ସବୁବେଳେ ନୂଆ ଫ୍ୟାସନ ଟ୍ରେଣ୍ଡ ପାଇଁ କ୍ରେଜ ରହୁଥିବାରୁ ଯୁଗ ବଦଳିବା ସହ ନୂଆ ନୂଆ ଟ୍ରେଣ୍ଡ ଯୁବପୀଢିଙ୍କ ପାଖରେ ପହଁଚାଇବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରେମ ।