ମାତ୍ର ୨୪ ଘଂଟାରେ ତିଆରି ହେବ ଘର ! ଭାରତ ପରି ବିକାଶଶୀଳ ଦେଶରେ ହେଉଥିବା ବାସଗୃହ ସମସ୍ୟା ଦୂର ହେବ

5

କନକ ବ୍ୟୁରୋ : ଭାରତ ଭଳି ବିକାଶଶୀଳ ରାଷ୍ଟ୍ରରେ ରହିଥିବା ବାସଗୃହ ସମସ୍ୟାକୁ ଦୂର କରିବା ପାଇଁ ‘ଆଇକନ୍‌’ ନାମକ ଏକ ଥ୍ରିଡି ପ୍ରିଣ୍ଟିଂ ସଂସ୍ଥା ନୂତନ ପ୍ରକଳ୍ପ ପ୍ରଦର୍ଶନ କରିଛି । କଂପାନି ଏକ ସୁଲଭ ଗୃହର ମଡେଲ୍‌ ଉପସ୍ଥାପନ କରିଛି । ଏହି ଘରକୁ ୨୪ ଘଣ୍ଟା ଭିତରେ ତିଆରି କରାଯାଇପାରିବ । ସେଥିରେ ଅଢ଼େଇ ଲକ୍ଷ ଟଙ୍କା ପାଖାପାଖି ଖର୍ଚ ହେବ । ଏହାର ନାମ ରଖାଯାଇଛି ଭ୍ରାମ୍ୟମାଣ ଥ୍ରିଡି ସୁଲଭ ଓ ସୁରକ୍ଷିତ ବାସଗୃହ । ଏହାର କେବଳ ନମୁନା ପ୍ରସ୍ତୁତ କରାଯାଇଛି । ଏହି ନମୁନା ଉପରେ ପରୀକ୍ଷା ନିରୀକ୍ଷା ଚାଲୁ ରହିଛି । ଯଦି ପରୀକ୍ଷଣ ସଫଳ ହେବ ତେବେ ବର୍ତମାନ ସାରା ବିଶ୍ୱରେ ବାସହରା ରହିଥିବା ୧୦୨ କୋଟି ଲୋକଙ୍କୁ ସୁବିଧାରେ ଘର ଯୋଗାଇ ଦିଆଯାଇପାରିବ ।

ଆମେରିକାର ଟେକ୍ସାସ୍‌ ସହରରେ ଆଇକନ୍‌ ପକ୍ଷରୁ ଥ୍ରିଡି ପ୍ରିଣ୍ଟେଡ୍‌ ଘରକୁ ପ୍ରଦର୍ଶିତ କରାଯାଇଛି । ଏହାକୁ ୬୦୦-୮୦୦ ବର୍ଗଫୁଟରେ ନିର୍ମାଣ କରାଯାଇଛି । ଏହା ଏକ ମହଲା ବିଶିଷ୍ଟ ଘର । କଂପାନିର ଥିବା ଭଲକାନ୍‌ ଥ୍ରିଡି ପ୍ରିଣ୍ଟର୍‌ ସହାୟତାରେ ଏହି ଘର ୨୪ ଘଣ୍ଟା ଭିତରେ ତିଆରି କରାଯାଇପାରିବ । ଏହି ଘର ସୁରକ୍ଷା, ଆରାମ ପ୍ରଦାନ କରିବ ଏବଂ ଏହାର ସ୍ଥାୟିତ୍ୱ ମଧ୍ୟ ଭଲ ରହିବ । ପାଣି, ପାଉଡର୍‌ ଏବଂ ଶ୍ରମ ଭିତ୍ତିଭୂମିର ସମସ୍ୟା ଥିବା ସ୍ଥାନରେ ମଧ୍ୟ ସୁବିଧାରେ ଏହି ଘର ତିଆରି କରାଯାଇପାରିବ । ନିଉ ଷ୍ଟୋରି ନାମକ ଏକ ଲାଭ ଚାହୁଁନଥିବା ସଂସ୍ଥା ସହଯୋଗରେ କଂପାନି ପକ୍ଷରୁ ଏହି ଘର ତିଆରି କରିବା ପ୍ରୟାସ କରାଯାଉଛି ।

Comments are closed.