ମୋସୁଲରୁ ମୃତ୍ୟୁର ବାର୍ତା ଆସିବା ପରେ ଦୁଃଖରେ ୩୯ ପରିବାର : ମୃତଦେହ ଭାରତ ଆଣିବାକୁ ପ୍ରକ୍ରିୟା ଆରମ୍ଭ । ଲାଗିପାରେ ୮ରୁ ୧୦ ଦିନ

1

କନକ ବ୍ୟୁରୋ : ମୋସୁଲରେ ୩୯ ଭାରତୀୟଙ୍କ ମୃତ୍ୟୁ ଖବର ଆସିବା ପରେ ଦେଶରେ ହଇଚଇ ଖେଳି ଯାଇଛି । ଆଜି ଏହି ପ୍ରସଙ୍ଗ ସଂସଦରେ ଉଠିପାରେ । ବିରୋଧୀ ଏହି ପ୍ରସଙ୍ଗକୁ ସଂସଦର ଉଭୟ ଗୃହରେ ଉଠାଇ ହଙ୍ଗାମା କରିବା ସମ୍ଭାବନା ରହିଛି । ୩ ବର୍ଷ ପୂର୍ବରୁ ଏହି ଘଟଣାକୁ ସରକାର ଲୁଚାଇଥିଲେ ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ।

୨୦୧୪ରେ ୩୯ଜଣ ଭାରତୀୟଙ୍କୁ ଅପହରଣ କରି ହତ୍ୟା କରିଥିଲା ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ସଂଗଠନ । କେବଳ ଜଣେ କୌଣସି ଉପାୟରେ ସେଠାରୁ ଖସି ଆସିଥିଲେ । ସଂସଦରେ ଏହି ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ୍ । ଗତ ୩ବର୍ଷ ଧରି ଏହି ଅପହରଣ ଘଟଣାକୁ ନେଇ ଚର୍ଚା ଚାଲିଥିବା ବେଳେ ଗତକାଲି ବୈଦେଶିକ ମନ୍ତ୍ରୀ ଏନେଇ ସ୍ପଷ୍ଟ କରିଛନ୍ତି । ଆଜି ଏହାକୁ ବିରୋଧୀ ସଂସଦରେ ମୁଖ୍ୟ ପ୍ରସଙ୍ଗ କରିବା ସମ୍ଭାବନା ରହିଛି ।

Comments are closed.