ଘାତକ ହେଉଛି ସ୍ୱାଇନ୍ ଫ୍ଲୁ ! ବର୍ତ୍ତମାନ ସୁଦ୍ଧା ନେଲାଣି ୩୯ ଜୀବନ

25

କନକ ବ୍ୟୁରୋ : ଘାତକ ସ୍ୱାଇନ-ଫ୍ଲୁ ବର୍ତ୍ତମାନ ସୁଦ୍ଧା ୩୯ ଜଣଙ୍କର ଜୀବନ ନେଇଛି । ଏବଂ ଯାଂଚ କରାଯାଇଥିବା ସ୍ୱାବ ମଧ୍ୟରୁ ୩୫୦ ଜଣଙ୍କ ରକ୍ତରେ ଏଚ୍ୱାନ୍ଏନୱାନ୍ ପଜିଟିଭ୍ ଚିହ୍ନଟ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ଚଳିତ ବର୍ଷ ସର୍ବାଧିକ ୧୪୪ଜଣ ସ୍ୱାଇନ୍-ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏବଂ ଏହି ଜିଲ୍ଲାରେ ସର୍ବାଧିକ ୯ଜଣଙ୍କର ପ୍ରାଣ ନେଇଛି ସ୍ୱାଇନ୍-ଫ୍ଲୁ ।

ବିଧାନସଭାର ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା । ସ୍ୱାଇନ୍-ଫ୍ଲୁ ରୋଗରେ ଆକ୍ରାନ୍ତ ରୋଗୀମାନଙ୍କୁ ମାଗଣାରେ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ଲୋକମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ଗଣମାଧ୍ୟମ ଜରିଆରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ବୋଲି କହିଛନ୍ତି ପ୍ରତାପ ।