ଚର୍ଚ୍ଚାରେ ସିନେଷ୍ଟାର ମାମ୍ମୁଟ୍ଟୀ ! ଗାଡି କିଣିବା ସଉକରେ ରଖିଛନ୍ତି ୩୬୯ଟି କାର୍

51

ସାଧାରଣତଃ ଆପଣ କାର୍ ପ୍ରେମୀଙ୍କ ସଂପର୍କରେ ଶୁଣିଥିବେ । ଯେଉଁମାନେ କି ଭଲଭଲ ନାମୀଦାମୀ କାର୍ କିଣିବାକୁ ଅଧିକା ପସନ୍ଦ କରିଥାନ୍ତି । ଆଉ ଏଭଳି ନିଶା କିଛି ଦେଖିବାକୁ ମିଳିଛି ସିନେମା ଜଗତରେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ତାମିଲ ଓ ମଲୟାଲାମ୍ ସିନେମାର ସୁପରଷ୍ଟାର ମାମ୍ମୁଟ୍ଟୀଙ୍କ ପାଖରେ ଏବେ ପାଖାପାଖି ୩୬୯ଟି କାର ରହିଛି ।

ଆଉ ଏଥିପାଇଁ ସେ କାରଗୁଡିକୁ ରଖିବାକୁ ଅଲଗା ଅଲଗା ଗ୍ୟାରେଜର ମଧ୍ୟ ବନ୍ଦୋବସ୍ତ କରିଛନ୍ତି । ସେ ସବୁ କାରକୁ ସେ ନିଜେ ହିଁ ଚଳାଉଛନ୍ତି । ତାଙ୍କର ସବୁଠାରୁ ପ୍ରିୟ କାର୍ ମଧ୍ୟରେ ରହିଛି ଏକ୍ସଜେ-ଆଇ କେଭିଅର । ସବୁଠାରୁ ମଜା କଥା ହେଲା ତାଙ୍କର ୩୬୯ଟି ଗାଡି ମଧୟରୁ ଅଧିକାଂଶ ଗାଡିର ରେଜିଷ୍ଟ୍ରେସନ ନମ୍ବରର ଶେଷ ଅଙ୍କ ରଖିଛନ୍ତି ୩୬୯ ।