ପଞ୍ଜାବରେ ରାଲି କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପ୍ରଧାନମନ୍ତ୍ରୀଙ୍କୁ ଦେଲେ ୨ଟି ଚ୍ୟାଲେଞ୍ଜ !

41

କନକ ବ୍ୟୁରୋ : ଆସନ୍ତା ୨୦୧୯ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ପଞ୍ଜାବରେ ଏକ ରାଲିକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚିବା ପୂର୍ବରୁ ରାଜନୀତି ସରଗରମ ହୋଇଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଛନ୍ତି ଯେ ମୋଦୀ କିଶାନଙ୍କ ଋଣକୁ ଛାଡ କରିବାର ଅବଶ୍ୟକତା ରହିଛି ।

ଶ୍ରୀ ସିଂହ ଆହୁରୀ ମଧ୍ୟ କହିଛନ୍ତି ଯେ, “ମୁଁ ବହୁତ ଖୁସି । ଦେଶର ପ୍ରଧାନମନ୍ତ୍ରୀ ଆମ ରାଜ୍ୟର କୃଷକ ଭାଇ ମାନଙ୍କୁ ସମ୍ବୋଧନ କରିବେ । ତେବେ ମୋଦୀ ଏହି ଅବସରରେ କୃଷକଙ୍କ ଋଣ ଛାଡ କରିବା ସହ ସ୍ୱାମୀନାଥନ ରିପୋର୍ଟକୁ ଲାଗୁ କରିବାର ଆବଶ୍ୟକତା ରହିଛି । ଏବଂ ଯଦି ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିବେ ତେବେ ଆମ ରଜ୍ୟର ଚାଷୀମାନେ ଖୁସି ହେବାସହ ଚିନ୍ତା ମୁକ୍ତ ହେବେ ବୋଲି ନିଜର ଟୁଇଟରରେ ଶ୍ରୀ ସିଂ କହିଛନ୍ତି ।

ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରର ମନ୍ତ୍ରୀମାନେ ଲୋକମାନଙ୍କ ସହ ଯୋଡି ହେବାଲାଗି ଚେଷ୍ଟା କରୁଛନ୍ତି । ତେଣୁ ମୋଦି ମଧ୍ୟ ଅନେକ ରାଲି ଓ ସଭାର ଆୟୋଜନ କରୁଥିବାର ଦେଖାଯାଉଛି । ବୁଧବାର ପଞ୍ଜାବର ମଲୋଟ୍ ସହରରେ ଏକ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

୨୦୧୯ ନିର୍ବାଚନରେ ବିଜେପି ପଞ୍ଜାବର ଚାଷୀମାନଙ୍କର ମନ ଜିଣିବାକୁ ସମସ୍ତ ଚେଷ୍ଟା କରୁଛି । ନଚେତ୍ ସେଠାରେ ବିଧାନସଭା ଭଳି ପରିସ୍ଥିତି ମଧ୍ୟ ଉପୁଜିପାରେ । ପଞ୍ଜାବର ୯୦ ଭାଗ ଲୋକ ଖରିଫ ଚାଷ କରି ନିଜର ପରିବାରର ଗୁଜୁରାଣ ମେଣ୍ଟାଇଥାଆନ୍ତି । ତେବେ ସରକାର ଦେଶରେ କୈାଣସି କୃଷକଙ୍କ ଲାଗି ଯୋଜନା କଲେ ଏଠାକାର ଚାଷୀ ହିଁ ଅଧିକ ଲାଭ ପାଇବେ । ଧାନର ଏମଏସପିର ମୂଲ୍ୟ କେନ୍ଦ୍ର ସରକାର ବଢାଇବାପରେ ଏହା ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଚାଷୀସଭାର ଆୟୋଜନ କରାଯାଇଛି । ଏହି ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ମଧ୍ୟ ଅନେକ ବାର ସରକାରଙ୍କୁ ଘେରିଛି । ପୂର୍ବରୁ ଭାରତରେ ଚାଷୀମାନଙ୍କ ଆନ୍ଦୋଳନ ସହ ନାକାବନ୍ଦିର ମଧ୍ୟ ନଜର ରହିଛି । କିନ୍ତୁ ବିଜେପି ସରକାର ନିର୍ବାଚନ ପୂର୍ବରୁ ସାରା ଦେଶର ଚାଷୀମାନଙ୍କ ମନ ଜିଣିବା ଲାଗି ଚେଷ୍ଟା କରୁଛି । ଏଥି ଲାଗି ମୋଦୀ ନିଜେ କିଶାନମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ କରାଯାଉଥିବା ଚର୍ଚ୍ଚା ଜୋର ଧରିଛି ।