ଅବସର ପରେ ରାଷ୍ଟ୍ରପତିଙ୍କୁ ମିଳେ ଏହି ଖାସ୍ ସୁବିଧା ! ଅଧିକ ଜାଣିବା ପାଇଁ ପଢନ୍ତୁ ସମ୍ପୁର୍ଣ୍ଣ ରିପୋର୍ଟ ।

64

କ’ଣ ଆପଣ ଜାଣିଛନ୍ତି କି, ଯେ ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ପୂର୍ବ ରାଷ୍ଟ୍ରପତି କେଉଁଠାରେ ରୁହନ୍ତି ଏବଂ ସରକାରଙ୍କ ତରଫରୁ ତାଙ୍କୁ କେଉଁ କେଉଁ ସୁବିଧା ଯୋଗାଇ ଦିଆଯାଏ । ଯଦି ଜାଣିନାହାନ୍ତି ତେବେ ଏହି ରିପୋର୍ଟକୁ ପୁରା ପଢିନିଅନ୍ତୁ ।

ଗତବର୍ଷ ଜୁଲାଇ ୨୫ ତାରିଖରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ ଶେଷ ହୋଇ ଯାଇଥିଲା । କାର୍ଯ୍ୟକାଳ ଶେଷ ହେବା ପରେ ସେ ନୂତନ ଆବାସ ୧୦,ରାଜାଜୀ ମାର୍ଗକୁ ସିଫ୍ଟ କରିଥିଲେ । ଯେଉଁ ବଙ୍ଗଳାରେ ବର୍ତ୍ତମାନ ପ୍ରଣବ ପୂର୍ବତନ ରାଷ୍ଟ୍ରପତି ମୁଖାର୍ଜୀ ରହୁଛନ୍ତି ସେଠାରେ ପ୍ରଥମେ ସଂସକ୍ୃତି ମନ୍ତ୍ରୀ ମହେସ୍ ଶର୍ମା ରହୁଥିଲେ । ଏହି ବଙ୍ଗଳାରେ ମଧ୍ୟ ପୂର୍ବତମ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କଲାମ୍ ମଧ୍ୟ ରହୁଥିଲେ ।

ଆପଣଙ୍କୁ ସୁଚାଇ ଦେଉଛୁ ଯେ ପ୍ରେସିଡେଣ୍ଟ୍ ଇମାଲ୍ୟୁମେଣ୍ଟସ୍ ଆକ୍ଟ ୧୯୫୧ ଅନୁସାରେ ରାଷ୍ଟ୍ରପତିଙ୍କୁ ଅବସର ପରେ ସମ୍ପୁର୍ଣ୍ଣ ଫର୍ଣ୍ଣିସ୍ ବଙ୍ଗଳା ରହିବା ପାଇଁ ଦିଆଯାଇଥାଏ । ଯାହାର ସମ୍ପୁର୍ଣ୍ଣ ଖର୍ଚ୍ଚ ସରକାର ଉଠାଇଥାନ୍ତି । ଏତଦ୍ ବ୍ୟତୀତ ତାଙ୍କୁ ଟେଲିଫୋନ୍ ମାଗଣା ସୁବିଧା,ଇଣ୍ଟରନେଟ୍ ସୁବିଧା ଏବଂ ଗୋଟିଏ ମୋବାଇଲ୍ ଫୋନ୍ ମଧ୍ୟ ଦିଆଯାଇଥାଏ । ଯେଉଁଥିରେ ଜାତୀୟ ରୋମିଙ୍ଗ ସୁବିଧା ମଧ୍ୟ ଥାଏ ।

ରାଷ୍ଟ୍ରପତି ପଦବୀରେ ଥିବା ସମୟରେ ପ୍ରଣବ ମୁଖାର୍ଜୀଙ୍କୁ ବୁଲେଟ୍ ପ୍ରୁଫ୍ କାରର ସୁବିଧା ମଧ୍ୟ ଦିଆଯାଇଥିଲା । ଏହାଛଡା ରାଷ୍ଟ୍ରପତି ଭବନର ଦେଖାଶୁଣା କରିବା ପାଇଁ ୨୦୦ ଲୋକଙ୍କ ଷ୍ଟାଫ୍ ଦିଆଯାଇଥାଏ । କିନ୍ତୁ ଅବସର ପରେ ୫ ବ୍ୟକ୍ତିଗତ ଷ୍ଟାଫ୍ ଦିଆଯାଇଥାଏ,ଯେଉଁଥିରେ ପ୍ରାଇଭେଟ୍ ସେକ୍ରେଟାରୀ ମଧ୍ୟ ରହିଥାନ୍ତି ।

ଏତଦ୍ ବ୍ୟତୀତ ଅବସର ନେବା ପରେ ରାଷ୍ଟ୍ରପତିଙ୍କୁ ସାରାଜୀବନ ମାଗଣାରେ ପ୍ଲେନ୍ ଏବଂ ଟ୍ରେନରେ ଯାତ୍ରା କରିବାର ସୁବିଧା ମିଳିଥାଏ । ପୂର୍ବ ରାଷ୍ଟ୍ରପତିଙ୍କୁ ମାଗଣା ଗାଡି,ପେଟ୍ରୋଲ୍,ମେଡିକାଲ୍ ସୁବିଧା ଆଦି ଯୋଗାଇ ଦିଆଯାଇଥାଏ । ସରକାରଙ୍କ ତରଫରୁ ରାଷ୍ଟ୍ରପତିଙ୍କୁ ପେନସନର ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥାଏ ।