ମୃତ୍ୟୁର ଘାଟିରେ ଖସିଲା ବସ୍ । କୁଲୁରେ ଘାଟି ତଳକୁ ଖସିଲା ବସ୍, ୩୩ ମୃତ, ୩୭ ଗୁରୁତର ଆହତ ।

407

ହିମାଚଳପ୍ରଦେଶର କୁଲୁରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଘାଟିକୁ ଏକ ବସ୍ ଖସିପଡିବା ଫଳରେ ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୭ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାଟି କୁଲୁର ବଞ୍ଜାର ଅଞ୍ଚଳରେ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ବସଟି କୁଲୁରୁ ଗାଡାଗୁଶେଣୀକୁ ଯାଉଥିବା ବେଳେ ବଞ୍ଜାର ନିକଟରେ ପ୍ରାୟ ୫୦୦ ଫୁଟ୍ ଘାଇ ତଳକୁ ଖସିପଡିଥିଲା । ଏହି ବସରେ ୫୦ରୁ ୬୦ ଜଣ ଥିବା ଆଶଙ୍କା କରାଯାଉଛି ।ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଉଛି । ତେବେ ନଈରେ ପ୍ରବଳ ପାଣି ଯୋଗୁଁ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ।

ଦୁର୍ଘଟଣାଟି ଏତେ ଭୟଙ୍କର ହୋଇଛି ଯେ, ଘାଟି ତଳକୁ ପଡ଼ିବା ପରେ ଏହାର ଉପରପାଶ୍ୱର୍ ପୂରା ଉଡିଯାଇଛି । ତେବେ ବଞ୍ଚିଯାଇଥିବା ଲୋକଙ୍କ କହିବା ଅନୁଯାୟୀ, ଆମେ ଭାଗ୍ୟବାନ ଯେ ଆମେ ବଞ୍ଚିଯାଇଛୁ । ଏହା କୌଣସି ଚମ୍ତକାର ଠାରୁ ମଧ୍ୟ କମ ନୁହେଁ । ପର୍ଯଟନସ୍ଥଳୀ ହୋଇଥିବାରୁ ଏଠାକୁ ବର୍ଷର ଅଧିକାଂଶ ସମୟ ଲୋକେ ଆସିଥାନ୍ତି । ଆଉ ଘାଟି ରାସ୍ତା ହୋଇଥିବାରୁ ଅଧିକାଂଶ ସମୟରେ ଦୁର୍ଘଟଣା ମଧ୍ୟ ହୋଇଥାଏ ।