୩୨ ବର୍ଷ ଧରି ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରି ଆସୁଛି ‘କଥା’ । ବାର୍ଷିକ ଉତ୍ସବରେ ନବ ପ୍ରତିଭାଙ୍କୁ କରାଗଲା ପୁରସ୍କୃତ

211

କନକ ବ୍ୟୁରୋ : ୩୨ ବର୍ଷରେ କଥା । ଓଡିଆ ଗଳ୍ପର ନବଜାତକ ‘କଥା’ ପତ୍ରିକାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଅବସରରେ ୧୦ ଜଣ ଯୁବ ପ୍ରତିଭାଙ୍କୁ ସମ୍ମାନୀତ କରାଯାଇଛି । ଓଡିଆ ସାହିତ୍ୟ, ସାରା ଭାରତରେ ସୁନାମ ଅର୍ଜନ କରିଥିବାବେଳେ, କଥା ପତ୍ରିକା ମାଧ୍ୟମରେ ବିଭିନ୍ନ କ୍ଷୁଦ୍ର ଗଳ୍ପ ପ୍ରକାଶିତ ହେଊଛି । ଯାହା ବେଶ ଆଦୃତ ହୋଇପାରିଛି ପାଠକଙ୍କ ପାଖରେ ।

କଥାର ୩୨ ତମ ବାର୍ଷିକ ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପସଭାପତି ମାଧବ କୌଶିକ ଏବଂ ଭାରତୀୟ ଜ୍ଞାନପୀଠର ନିର୍ଦ୍ଦେଶକ ମଧୁସୂଦନ ଆନନ୍ଦ ଯୋଗଦେଇଥିଲେ । ପତ୍ରିକା କଥା ୩୨ ବର୍ଷରେ ପର୍ଦାପଣ କରିଥିବାରୁ ସାଂସଦ ସୌମ୍ୟରଜଂନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଆଜିର ସମାଜରେ ପତ୍ର ପତ୍ରିକା ପାଇଁ ଯେଉଁ ସଙ୍କଟ ଦେଖାଦିଏ ପ୍ରକାଶନ ଶିଳ୍ପରେ କିନ୍ତୁ କଥା ୩୨ ବର୍ଷରେ ପଦାର୍ପଣ କରିବା ବହୁତ ବଡକଥା ବୋଲି କହିଛନ୍ତି ସୌମ୍ୟରଜଂନ ପଟ୍ଟନାୟକ । ସେହିଭଳି ମାଧବ କୌଶିକ କହିଛନ୍ତି, ନୂଆ ପିଢିକୁ ସାହିତ୍ୟ ସହ ଯୋଡିବାର ମାଧ୍ୟମ ପାଲଟିଛି କଥା । ଭାରତୀୟ ଭାଷାକୁ ନେଇ ଯେଉଁ ସଙ୍କଟ ଦେଖାଦେଇଛି ତାହାକୁ ବଞ୍ଚାଇ ରଖିବାର ମାଧ୍ୟମ ପାଲଟିଛି କଥା ପତ୍ରିକା ।