୧୧ କୋଟିରେ କିିଣା ହେଲା ୩୦ ବର୍ଷ ପୁରୁଣା ଚର୍ଚ୍ଚ, ଭକ୍ତଙ୍କ ପାଇଁ ଏହା ବନିବ ଭବ୍ୟ ମନ୍ଦିର

100

ଆମେରିକାର ଭର୍ଜିନିଆ ସହରର ପୋଟର୍ସମାଉଥ ଠାରେ ଥିବା ଏକ ୩୦ ବର୍ଷର ପୁରୁଣା ଚର୍ଚ୍ଚ ଖୁବ୍ ଶୀଘ୍ର ଏକ ହିନ୍ଦୁ ମନ୍ଦିରରେ ପରିଣତ ହେବାକୁ ଯାଉଛି। ଚର୍ଚ୍ଚର ଆବଶ୍ୟକ ପରିବର୍ତ୍ତନ କରାଯାଇ ମନ୍ଦିରର ରୂପରେଖ ଦିଆଯିବା ପରେ ସେଠାରେ ସ୍ୱାମୀ ନାରାୟଣଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଯିବ ବୋଲି ସ୍ୱାମୀନାରାୟଣ ଗଦି ସଂସ୍ଥାନ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ ଭର୍ଜିନିଆ ବ୍ୟତୀତ ଆମେରିକାର କାଲିଫର୍ଣ୍ଣିଆ, ଲୁଇସଭିଲ, ପେନସିଲଭାନିଆ, ଲସ୍ଏଞ୍ଜେଲ୍ସ ଓ ଓହିଓ ଠାରେ ଚର୍ଚ୍ଚକୁ ପୂର୍ବରୁ ମନ୍ଦିରରେ ପରିବର୍ତ୍ତନ କରାଯାଇଛି।ସେହିପରି ଇଂଲଣ୍ଡର ଲଣ୍ଡନ ଓ ମାଞ୍ଚେଷ୍ଟର ନିକଟବର୍ତ୍ତୀ ବୋଲଟନ୍ ସହରରେ ମଧ୍ୟ ଦୁଇଟି ଚର୍ଚ୍ଚକୁ ହିନ୍ଦୁ ମନ୍ଦିରରେ ରୂପାନ୍ତରିତ କରାଯାଇଛି। ସେହିପରି କାନଡ଼ାର ଟରଣ୍ଟୋ ଠାରେ ମଧ୍ୟ ଏକ ୧୨୫ ବର୍ଷର ପୂରାତନ ଚର୍ଚ୍ଚକୁ ମନ୍ଦିରରେ ପରିଣତ କରିବା ପାଇଁ କିଣାଯାଇଥିବା ଜଣାଯାଇଛି।

ଏ ସମ୍ପର୍କରେ ସୂଚନା ଦେଇ ସ୍ୱାମୀ ନାରାୟଣ ଗଦି ସଂସ୍ଥାନର ମହନ୍ତ ଭଗବତ ପ୍ରିୟଦାସ ସ୍ୱାମୀ କହିଛନ୍ତି ପୁରୁଷୋତ୍ତମଦାସ ସ୍ୱାମୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ ନେତୃତ୍ୱରେ ଏହି ୩୦ ବର୍ଷର ପୁରୁଣା ଚର୍ଚ୍ଚକୁ ମନ୍ଦିରର ରୂପାନ୍ତରିତ କରିବା କାର୍ଯ୍ୟ ଜାରୀ ରହିଛି। ଭର୍ଜିନିଆରେ ବସବାସ କରୁଥିବା ହରିଭକ୍ତମାନଙ୍କ ପାଇଁ ଏହା ପ୍ରଥମ ମନ୍ଦିର ହେବାକୁ ଯାଉଛି । କେବଳ ଭର୍ଜିନିଆରେ ପ୍ରାୟ ୧୦ ହଜାର ଗୁଜରାଟୀ ରହୁଛନ୍ତି ବୋଲି ସେ କହିଛନ୍ତି। ସ୍ୱାମୀନାରାୟଣ ଗଦି ସଂସ୍ଥାନ ପକ୍ଷରୁ କୁହାଯାଇଛି ଯେ ଏହି ଚର୍ଚ୍ଚଟି ୫ ଏକର ଜମି ଉପରେ ପ୍ରତିଷ୍ଠିତ। ଏଠାରେ ୧୮ହଜାର ବର୍ଗଫୁଟର କଂକ୍ରିଟ୍ ନିର୍ମାଣ ରହିଛି। ସେହିପରି ଏକକାଳୀନ ୧୫୦ଟି କାର ପାର୍କିଂ ପାଇଁ ଏଠାରେ ସ୍ଥାନ ରହିଛି।ଏହି ଚର୍ଚ୍ଚଟିକୁ ୧.୬ ମିଲିୟନ ଡଲାରରେ କ୍ରୟ କରାଯାଇ ଏହାକୁ ମନ୍ଦିରରେ ରୁପାନ୍ତରିତ କରାଯାଉଛି।

Comments are closed.