ସଫଳତାକୁ ରୋକି ପାରିନି ପ୍ରତିକୂଳ ପରିସ୍ଥିତି ! ୩୦ଜଣ କାଶ୍ମୀର ଉପତ୍ୟକାର ପିଲାଙ୍କ ଆଡଭାନ୍ସ ଜେଇଇରେ ବାଜିମାତ୍

42

କନକ ବ୍ୟୁରୋ : ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଉପଯୁକ୍ତ ପ୍ରୋତ୍ସାହନ ଓ ସହାୟତା ପାଇଲେ ସଫଳତା ପାଇପାରିବେ କାଶ୍ମୀର ଉପତ୍ୟକାର ପିଲା । ଚଳିତ ବର୍ଷ ଏହା ପ୍ରମାଣିତ ହୋଇଛି । ଆର୍ଥିକ ଭାବେ ପଛୁଆ ଥିବା ୪୦ ଜଣ ପିଲାଙ୍କୁ ଭାରତୀୟ ସେନା, ପିଏଲଏଲþ ପରି ସଂସ୍ଥାର ସହାୟତାରେ କୋଚିଂ ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୩୦ ଜଣ ଆଡଭାନ୍ସ ଜେଇଇରେ ସଫଳତା ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୫ ଜଣ ଛାତ୍ରୀ ।

ଏହି ସଫଳତା ପାଇଥିଲା ପିଲାଙ୍କୁ ଆଜି କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବର୍ଦ୍ଧନା ଦେଇଛନ୍ତି । ସେମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିପାରିଛନ୍ତି ବୋଲି ସେ କହିଛନ୍ତି । ଏହା ସହ ଏହି କୃତ୍ତି ପିଲାଙ୍କ କ୍ୟାରିଅର ପ୍ରତି ମଧ୍ୟ କମ୍ପାନୀମାନେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।